Monday, November 16, 2026
Home ଆଞ୍ଚଳିକ ପୋଲିସ ର ମଦ ଧରପଗଡ ୬୨୦ ଲିଟର ମଦ ଜବତ ,୧୩ ଗିରଫ

ପୋଲିସ ର ମଦ ଧରପଗଡ ୬୨୦ ଲିଟର ମଦ ଜବତ ,୧୩ ଗିରଫ

14

ଆସିକା,୬/୧୦(ଜିଲ୍ଲା ଖବର) : ଆସିକା ଥାନା ଅନ୍ତର୍ଗତ କାଳଷଣ୍ଢପୁର, , ସାହାପୁର ଓ ଜୟପୁର ଗ୍ରାମରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ସ୍ଥାନ ଉପରେ ମଙ୍ଗଳବାର ପୋଲିସ ଚଢ଼ାଉ କରିଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ପୁଲିସ ଟିମ ଅତର୍କିତ ଚଢ଼ାଉ କରି ଛଅଶହ କୋଡ଼ିଏ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୂର୍କ୍ତ ଥିବା ୧୩ ଜଣ ଅଭିଯୁକ୍ତଙ୍କୁ ଙ୍କୁ ମଧ୍ୟ ଗିରଫ କରିଥିଲା।ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ବହୁ ମଦ ପ୍ରସ୍ତୁତି ସରଞ୍ଜାମ୍ ଜବତ କରି ଦୁଇ ହଜାର ଲିଟର ମଲାସିସ୍ ମଧ୍ୟ ନଷ୍ଟ କରିଥିଲା। ଅଭିଯୁକ୍ତ ଙ୍କ ନାମରେ ପୃଥକ୍ ପୃଥକ୍ ୧୩ ମାମଲା ରୁଜୁ କରି ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।