
ଜଗନ୍ନାଥ ପ୍ରସାଦ,୬/୧୦(ଜିଲ୍ଲା ଖବର) : ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ତଥାପି ଏମିତି କିଛି ଖବର ଥାଏ ଯାହାକୁ ସହଜରେ ବିଶ୍ୱାସ କରିହୁଏନି, ଯଦିଓ ତାହା ଆବୁଶ୍ୱାସନୀୟ ସତ୍ୟ । ଗତ ୩.୧୦.୨୦୨୦ ରାତ୍ରି ୨.୩୦ ରେ ଓଡିଶା ରାଜନୀତିର ଅନ୍ୟତମ ଯୋଦ୍ଧା, ଓଡିଶ ସରକାରଙ୍କ ପୂର୍ବତନ ମନ୍ତ୍ରି, ଓଡିଶା ବିଧାନ ବିଧାନ ସଭାର ଅନ୍ୟତମ ବରିଷ୍ଠ ବିଧାୟକ, ଯାତ୍ରା ଜଗତର ସୁପ୍ରଷିଦ୍ଧ କଳିଙ୍ଗ ଗଣନାଟ୍ୟର ପ୍ରତିଷ୍ଠାତା, ନବେ ଦଶକରୁ ଓଡିଶା ବସ ମାଲିକ ସଂଘର ମଙ୍ଗୁଆଳ,ଓଜସ୍ୱିନୀ ବକ୍ତା, ଗରିବ,ଚାଷୀ ମୁଲିଆଙ୍କର ଦରଦି ବନ୍ଧୁ, ବିଭିନ୍ନ ସଂଘ ଓ ସରକାରଙ୍କ ମଧ୍ୟରେ ସେତୁବନ୍ଧ ରୂପେ ପରିଚିତ, ଦଳମତ ନିର୍ବିଶେଷରେ ସମସ୍ତଙ୍କର ଅତିପ୍ରିୟ ଏବଂ ହସ୍ୟରସରେ ବକ୍ତବ୍ୟରେ ସମସ୍ତଙ୍କ ହୃଦୟ ଜୟ କରିଥିବା ବିଜୁ ଜନତା ଦଳର ପ୍ରବୀଣ ନେତା ଶ୍ରୀ ପ୍ରଦୀପ ମହାରଥୀ ଙ୍କ ବିୟୋଗ ଖବର ଖାଲି ପିପିଲି ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ଓଡିଶା ଆଜି ଦୁଃଖରେ ମ୍ରିୟମାଣ କରିଦେଇଛି ।
ତାଙ୍କର ଅକାଳ ମୃତ୍ୟୁ ଓଡିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଖାଲି ଯାତ୍ରା ଜଗତ ପାଇଁ ତାଙ୍କର ଅବଦାନ, ବସ ସଂଘ ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ।
ତାଙ୍କର ଅକାଳ ବିୟୋଗରେ ସବୁକିଛି ସ୍ଥିର ଓ ମୁକ ବଧିର ପାଲଟି ଯାଇଛି ।
ହେ ମହାନ ଯୋଦ୍ଧା, ଜୀବନ ଯୁଦ୍ଧରେ ଆପଣ ହାରି ଯାଇଥିଲେବି ଆପଣଙ୍କ ସଂଗ୍ରାମ ଆପଣଙ୍କୁ ଚୀର ସ୍ମରଣୀୟ କରିରଖିବ । ଆପଣ ଅଜୟ,ଆପଣ ଅମର
ଆପଣ ଆମ ପାଇଁ ଚୀର ସ୍ମରଣୀୟ ଦାନ ବୋଲି ମା ନାରାୟଣୀ ବସ ମାଲିକ, ତଥା ଘୁମୁସର ଘରୋଇ ବସ ମାଲିକ ସଂଘ ଭଞ୍ଜନଗର ଶାଖାର ସମ୍ପାଦକ ଓ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ସ୍ମୁତି ଚାରଣ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ରିପୋର୍ଟ ନିରାକାର ସାହୁ ।


