
ଜଟଣୀ,୬/୧୦(ଜିଲ୍ଲା ଖବର) : ମଙ୍ଗଳବାର ମଧ୍ୟାହ୍ନରେ ଜଟଣୀଥାନା ଅନ୍ତର୍ଗତ ବାଛରାପାଟଣା ଅଂଚଳରେ ଏକ ହରିଣ ଜନବସତି ଅଂଚଳକୁ ପଶି ଆସିଥିଲା । ରାସ୍ତାପାର ହେଉଥିବା ବେଳେ ହରିଣକୁ ଜଣେ ବ୍ୟକ୍ତି ଧରିଥିଲେ । ସମସ୍ତଙ୍କୁ ଅବଗତ କରିବାପରେ ସେଠାରେ ସମସ୍ତେ ପହଁଛିଥିଲେ । ସ୍ଥାନୀୟ ଲୋକେ ଉକ୍ତ ହରିଣକୁ କାବୁ କରିବାପରେ ଆଗଗୋଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ଏନେଇ ଲୋକମାନେ ଖୋର୍ଦ୍ଧା ଫରେଷ୍ଟରଙ୍କୁ ଅବଗତ କରିବା ସହିତ ଆଶୁ ଚିକିତ୍ସା ଆରମ୍ଭ କରିଥିଲେ । ଫରେଷ୍ଟର ଆସିବା ବିଳମ ହେବାପରେ ଲୋକେ ଜଟଣୀଥାନାକୁ ଅବଗତ କରିଥିଲେ । ଖବରପାଇ ଜଟଣୀଥାନା ଘଟଣା ସ୍ଥଳରେ ପହଁଚି ଫରେଷ୍ଟରଙ୍କୁ ଡାକିଥିଲା । ଦିର୍ଘ ସମୟ ପରେ ଖୋର୍ଦାଫରେଷ୍ଟ ବିଭାଗଧିକାରୀ ସାଧୁ ବରଣ ମହାପାତ୍ରଙ୍କ ଏକ ୪ ଜଣିଆଟିମ ପହଁଚିଥିଲେ । ଆହତ ହରିଣକୁ ଉଦ୍ଧାରକରି ଖୋର୍ଦ୍ଧା ପ୍ରାଣିଚିକିତ୍ସା କେନ୍ଦ୍ରକୁ ଚିକିତ୍ସାପାଇଁ ନିଆଯାଇଛି । ଚିକିତ୍ସାପରେ ଏକ ନର୍ସରୀରେ କିଛିଦିନ ରହିବାପରେ ଖୋର୍ଦ୍ଧାରଙ୍କୁ ନିର୍ଦ୍ଦେଶକ୍ରମେ ଯଥାସ୍ଥାନରେ ଛଡାଯିବ ବୋଲି ଫରେଷ୍ଟର ଶ୍ରୀ ମହାପାତ୍ର କହିଛନ୍ତି । ବିଶେଷଭାବେ ଏହି ଜଙ୍ଗଲିପ୍ରମାନେ ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଇଛି । ଏହା କେଉଁ ମେଳରୁ ଆସିଛି ସେନେଇ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି ।
ରିପୋର୍ଟ ସଞ୍ଜୀବ କୁମାର ।



