Tuesday, October 13, 2026
Home ଆଞ୍ଚଳିକ କନ୍ଧମାଳ ରେ ଶାଳ ଚଉକାଠ ସହିତ ପିକ୍‌ଅପ୍‌ ଭ୍ୟାନ୍ ଜବତ

କନ୍ଧମାଳ ରେ ଶାଳ ଚଉକାଠ ସହିତ ପିକ୍‌ଅପ୍‌ ଭ୍ୟାନ୍ ଜବତ

186

ବାଲିଗୁଡା,୬/୧୦ {ଜିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ସୁଡ୍ରା ଅଞ୍ଚଳରେ ଏସିଏଫ ଡ.ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ରାତ୍ରୀକାଳୀନ ପେଟ୍ରୋଲିଂ ଚାଲିଥିଲା । ସେହି ସମୟରେ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ପେଟ୍ରୋଲିଂ ଟିମ୍‌ ରାତି ୩ଟା ସମୟରେ ଶାଳ ଚଉକାଠ ବୋଝେଇ ଗୋଟିଏ ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ଦୃତଗତିରେ ଯାଉଥିବା ଦେଖି ପଟ୍ରୋଲିଂ ଟିମ୍‌ ଗାଡ଼ିକୁ ପିଛା କରିଥିଲେ । ପାଖାପାଖି 15 କିଲୋମିଟର ଘଞ୍ଚ ଜଙ୍ଗଲ ଭିତରେ ପିଛା କରିବାପରେ କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଥିବା ଲୁବେନଗଡ଼ ଗ୍ରାମ ଠାରେ ଗାଡ଼ି ଛାଡ଼ି କାଠ ମାଫିଆ ଫେରାର୍‌ ହୋଇଯାଇଥିଲେ | ଅନ୍ୟ ଜଣେ ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନବିଭାଗ । ବନ ବିଭାଗ ତରଫରୁ ଗୋଟିଏ ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହିତ 120 ଖଣ୍ଡ ଶାଳ ଚଉକାଠ ଜବତ କରିଛନ୍ତି | ଜବତ ଗାଡି ର ନମ୍ବର OR 18 A 1472 ବୋଲି ଜଣା ପଡିଛି | ଜବତ ଶାଳ କାଠ ର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି | ଏହିକାଠ ବଲାଙ୍ଗୀର ଜିଲ୍ଲାକୁ ଚୋରାଚାଲାଣ ହେଉଥିଲା ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉରେ ଏସିଏଫ୍‌ ଡ.ରୁଦ୍ରପ୍ରଶାଦ ରଥ,ଏସିଏଫ୍‌ ସୌମ୍ୟ ରଞ୍ଜନ ସାହୁ,ରେଞ୍ଜର ସଞ୍ଜୟ ସାହୁ, ଫରେଷ୍ଟର ପ୍ରଭାତ କୁମାର ଦୋରା, ଶିବାଜୀ ବେହେରା ଓ ଜ୍ୟୋତିରାଜ ମଲ୍ଲିକ ପ୍ରଭୁତି ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ ର ଟିମ୍‌ ସାମିଲ୍‌ ଥିଲେ ।

ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।