Monday, November 16, 2026
Home ଆଞ୍ଚଳିକ ଷ୍ଟିମ ପାଇପ ଵେଲ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର କ୍ଷତି ପୁରଣ...

ଷ୍ଟିମ ପାଇପ ଵେଲ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର କ୍ଷତି ପୁରଣ ଦାବିରେ ଆନ୍ଦୋଳନ

57

ଗଞ୍ଜାମ,୬/୧୦(ଜିଲ୍ଲା ଖବର) : ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି । କମ୍ପାନୀର ଷ୍ଟିମ ପାଇପ ଵେଲ ଫାଟିଯିବା କାରଣରୁ କାର୍ଯ୍ୟରତ ଜଣେ ଇଂଜିନିୟର ସହ ତିନି ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଶଙ୍କର ରାଉଳ (୩୨), ଏସ୍ ବୈଦେଶର (୨୫), କେ. ବେଣୁପାଣି ରେଡ୍ଡୀ (୩୫) ଓ ଅଭିଷେକ ପାଳ। ଆହତଙ୍କୁ ତୁରନ୍ତ ଛତ୍ରପୁର ଓ ପରେ ବ୍ରହ୍ମପୁର ଡାକ୍ତର ଖାନାକୁ ନିଆଯାଇଛି । ଅବସ୍ଥା ଗୁରୁତର ଥିବା ଶ୍ରମିକଙ୍କୁ ପରେ ଭୁବନେଶ୍ୱର ଡାକ୍ତର ଖାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବିଳମ୍ବରେ ଆମ୍ବୁଲାନ୍ସ ଆସିବା, ଆମ୍ବୁଲାନ୍ସରେ ଆଧୁନିକ ସୁଭିଧା ନଥିବା ଓ କ୍ଷତି ପୂରଣ ଦାବିରେ ଠିକା ଶ୍ରମିକମାନେ କମ୍ପାନୀରେ ଆନ୍ଦୋଳନ କରିଛନ୍ତି। ଖବର ପାଇ ଦିଲୀପ କୁମାର ସାହୁ , ଗଞ୍ଜାମ ଥାନା ଆଇଆଇସି ସଦଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ପହଂଚି କମ୍ପାନୀର ଉଚ୍ଚମୂଖ୍ୟ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ମଧ୍ୟ ଉତେଜିତ ପରିସ୍ଥିତି କମ୍ପାନୀରେ ଲାଗିରହିଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ ।