Sunday, November 15, 2026
Home ଆଞ୍ଚଳିକ ମୁନୀଗୁଡା ବନ ଵିଭାଗ ଦ୍ବାରା ଶରଧାପୁରୁ ଅଞ୍ଚଳରୁ ଆସୁଥିବା ସାଇଜ ବିଜା କାଠ ଚୋରା ଚାଲାଣ...

ମୁନୀଗୁଡା ବନ ଵିଭାଗ ଦ୍ବାରା ଶରଧାପୁରୁ ଅଞ୍ଚଳରୁ ଆସୁଥିବା ସାଇଜ ବିଜା କାଠ ଚୋରା ଚାଲାଣ ଵେଳେ ଗାଡି ଶହ କାଠ ଜଵତ

136

ମୁନୀଗୁଡା,୬/୧୦(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଵନବିଭାଗ କର୍ମଚାରୀ ଗତ କାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଶରଧାପୁରୁ ଅଞ୍ଚଳରୁ ଏକ ପିକପ୍ ଭ୍ୟାନ୍ ନମ୍ବର OD କରୁଥିବା 18B8711 ପ୍ରକାର ଵିଜା କାଠ ଚୋରା ଚାଲାଣ ହୋଇ ମୁନୀଗୁଡା ଅଭିମୁଖେ ଯାଉଥିବା ସମୟରେ ତେଲେଙ୍ଗାପଦର ଛକରେ ବନ ବିଭାଗ ର ପେଟ୍ରୋଲିଂ କରୁଥିବା ଷ୍ଟାଫଙ୍କ ହାତରେ ଧରା ପଡିଥିଲେ। କାଠ ଲୋଡ ସହ ଗାଡିକୁ ମୁନୀଗୁଡା ରେଞ୍ଜ ଅଫିସକୁ ଆଣି ଥିଲେ। ଗାଡି କାଠ ଜବତ କରିବା ସହ ପିଙ୍କୁ କୁସୁଲିଆ, ମାତ୍ରାଗୁଡି, କାପୁରୁ କୁସୁଲିଆ, ଗୋତିଗୁଡା ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ 28 ଖଣ୍ଡ କାଠ ଜବତ କରାଯାଇଛି, ଯାହା ର ଆନୁମାନିକ ମୂଲ୍ୟ RS25.000 ଵୋଲି ଫରେଷ୍ଟର ହରିଶ୍ଚନ୍ଦ୍ର ମାର୍ଥା ପ୍ରକାଶ କରିବା ସହ କେସ୍ ନମ୍ଵର 174/020ପ୍ରକାରେ
ଅଭିଯୁକ୍ତ ଦ୍ବୟଙକୁ ଆଜି କୋର୍ଟ ଚାଲାଣ କରାଯିଵ ଵୋଲି ଫରେଷ୍ଟର ସୂଚନା ଦେଇଛନ୍ତି।

ରିପୋର୍ଟ ପ୍ରସନ କୁମାର ପଣ୍ଡା