Monday, November 16, 2026
Home ଆଞ୍ଚଳିକ ଧରାକୋଟ ଥାନା ଅଧିନସ୍ଥ ବନ୍ଧାଗୁଡା ପଂଚାୟତର ବି.ଚିକିଲି ଗ୍ରାମ ରାସ୍ତାରେ ନିକଟରେ ଯୁବକଙ୍କୁ ହତ୍ୟା

ଧରାକୋଟ ଥାନା ଅଧିନସ୍ଥ ବନ୍ଧାଗୁଡା ପଂଚାୟତର ବି.ଚିକିଲି ଗ୍ରାମ ରାସ୍ତାରେ ନିକଟରେ ଯୁବକଙ୍କୁ ହତ୍ୟା

103


ଆସିକା,୬/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନସ୍ଥ ବନ୍ଧାଗୁଡା ପଂଚାୟତର ବି.ଚିକିଲି ଗ୍ରାମ ରାସ୍ତାରେ ନିକଟରେ ଏକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି l ଧାରୁଆ ଅସ୍ତ୍ରରେ ସାହାଯ୍ୟରେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ଶେରଗଡ଼ ଗ୍ରାମ ପାଇକ ସାହିର ଚୂନ ମିସ୍ତ୍ରୀ 35 ବର୍ଷିୟ ସନ୍ୟାସୀ ସେଠୀ ବୋଲି ଜଣା ପଡିଛି l ସୂଚନା ଅନୁଯାଇ ସନ୍ୟାସୀ ସେଠୀ ଚିକିଲି ଗ୍ରାମରେ କାମ ସାରି ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି l
ଘଟଣା ସ୍ଥଳରେ ପୋଲିସ ପହଁଚି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ l ହତ୍ୟାର ପ୍ରକୃତ କାରଣ ଏଯାଏଁ ଅସ୍ୱଷ୍ଟ ରହିଛି l