
ଜଟଣୀ,୬/୧୦(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ମେଗାପ୍ରକଳ୍ପରେ ପୌରାଳର ଅନେକ ୱାର୍ଡକୁ ଆଜି ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇପାରିଲା ନାହିଁ । ଫଳରେ କେତେକ ୱାର୍ଡର ଲୋକମାନେ ଉକ୍ତ ଯୋଜନାରେ ପାନୀୟଜଳ ପାଇବାରୁ ବତ ହୋଇଛନ୍ତି । ତେଣୁ ଏନେଇ ଜଟଣୀ ପୌରପରିଷଦରି କେତେକ ୱାର୍ଡବାସୀ ଜଟଣୀ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଦୃଷ୍ଟିରେ ରଖି ଆଜି ଜଟଣୀବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଯଥା ସମ୍ଭବ ୨ ମାସ ମଧ୍ୟରେ ଜଟଣୀ ପୌରାଚଂଳବାସୀଙ୍କୁ ମେଗାପ୍ରକଳ୍ପ ଯୋଜନାରେ ଘରେ ଘରେ ପାନୀୟଜଳ ଯୋଗାଇଦେବାଲାଗି କହିଛନ୍ତି । ଜଟଣୀ ଏକ ପାହାଡ଼ିଆ ଜଳକ୍ରିଷ୍ଠ ଅଂଚଳ ହୋଇଥିବାରୁ ଏଠାରେ ବର୍ଷସାରା ପାନୀୟଜଳ ସଙ୍କଟ ଲାଗି ରହିଥାଏ । ତେଣୁ ଏନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ସଙ୍ଗଠନ ଓ ସମାଜସେବୀଙ୍କ ଦ୍ଵାରା ଅଭିଯୋଗ ହୋଇଆସୁଥିଲା । ପାନୀୟଜଳର ଏକ ସୁବ୍ୟବସ୍ଥା କରିବା ଦାବିକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ପୌରାଚଂଳକୁ ୨୦୧୮ ମସିହାରେ ବସୁଦ୍ଧା ଯୋଜନାରେ ଖୋର୍ଦ୍ଧା ସମେତ ଜଟଣୀପୌରାଳକୁ ପାନୀୟଜଳ ଯୋଗାଣର ଉଦଘାଟନ କରିଥିଲେ । ଏଥିରେ ଜଟଣୀ ପୌରପରିଷଦର ୨ ୩ୱାର୍ଡକୁ ପାନୀୟଜଳ ଯୋଗାଣ ହେବାଲାଗି ଯୋଜନା ରହିଥିବା ବେଳେ ଅନେକ ୱାର୍ଡରେ ଆଜି ପର୍ଯ୍ୟନ୍ତ ପାଇପ ବିଛାଗଲା ନାହିଁ । ଫଳରେ ପାନୀୟଜଳ ଯୋଗାଣ ହୋଇପାରିଲା ନାହିଁ । ତେବେ ଏନେଇ ଜଟଣୀ ପୌରପରିଷଦ ଅଧିନସ୍ଥ ୱାର୍ଡ ନଂ ୫ ଓ ୨୧ର ତିନୋଟି ଅଂଚଳ ସମେତ ୨ ୨ ର ତିନୋଟି, ୧୦ ଏବଂ ୧୨ ର ଗୋଟିଏ ୱାର୍ଡକୁ ଯୁଦ୍ଧକାଳିନ ଭିତିରେ ପାନୀୟଜଳ ଯୋଗାଣ କରିବାକୁ ବିଧାୟକ ଚିଠିମାଧ୍ୟମରେ ଜଣାଇଛନ୍ତି ।
ରିପୋର୍ଟ ସଞ୍ଜୀବ କୁମାର ।




