
ଆସିକା,୫/୧୦(ଜିଲ୍ଲା ଖବର) : ଏକ୍ସବୋର୍ଡ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ବିଜେଡି ନଗର ସଭାପତି ତଥା ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ,ଡିପିସି ଚନ୍ଦ୍ର ଶେଖର ବେହେରା,ପୂର୍ବତନ କାଉନସିଲର ଏମ.ରଶ୍ମିତା ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପୈାଷ୍ଟିକ ମାନ୍ୟତା ସକାଶେ ଅନୁଷ୍ଠିତ ଏହିଭଳି କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ପୈାଷ୍ଟିକତା ବୃଦ୍ଧି ନିମନ୍ତେ ଏବଂ ଶିଶୁ ଓ ମାଆ ମୃତ୍ୟୁହାର କମାଇବା ସକାଶେ ସାମାଜିକ ସମିକ୍ଷା ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଆସିକା ସିଡିପିଓ ଭାରତୀ ମହାପାତ୍ର ସୂଚନା ପ୍ରଦାନ କରାଯାଇଥିଲା ।
ମୁଖ୍ୟ ଅତିଥି ସତ୍ୟନାରାୟଣ ସ୍ୱାଇଁ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ନିମନ୍ତେ ରାଜ୍ୟ ସରକାର ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରି ସଫଳତା ହାସଲ କରିଥିବା ନେଇ ସୂଚନା ଦେଇଥିଲେ । । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ କମିଟି ମଧ୍ୟ ଗଠନ କରାଯାଇ ଲୋକଙ୍କୁ ସଚେତନତା କରାଇବା ଜରୁରୀ ହୋଇପଡିଛି । ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ ୨୨୨ ଜଣ ମୃତ୍ୟୁବରଣ କରୁଥିଲେ ।୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସଚେତନତା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଁଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି । ସେହିଭଳି ୨୦୧୧-୧୩ ରେ ପ୍ରତି ନବଜାତଙ୍କ ମଧ୍ୟରୁ ୫୧ ଜଣ ମୃତ୍ୟୁ ମୁଖରେ ପଡୁଥିଲେ ।୨୦୧୭ରେ ତାହା ୪୧ରେ ପହଁଚିଛି । ତେବେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରହିଥିବା ଜଣାଯାଇଛି । ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସମସ୍ତେ ଆଗକୁ ଆସିବା ଜରୁରୀ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ,ପୃଷ୍ଟିସାର,ସ୍ନେହସାର,ଶ୍ୱତସାର ଖାଦ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ଝୋଟି ମାଧ୍ୟମରେ ସଚେତନତା କରାଯାଇଥିଲା । ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ,ମୃତ୍ୟୁ ହ୍ରାସ ସଂକ୍ରାନ୍ତରେ ବିଭିନ୍ନ ସ୍ଲୋଗାନ ପ୍ଲାକାର୍ଡ ମାଧ୍ୟମରେ ପରିବେଷଣ କରାଯାଇ ଏକ ବିରାଟ ରାଲି ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ,କିଶୋରୀ ବାଳିକା,ପ୍ରସୂତି ମା ମାନେ ଯୋଗ ଦେଇଥିଲେ । ଆସିକା ସିଡିପିଓ ଅଧିନ ୧୧ଟି ସେକ୍ଟର ଆସିକା, ଖାରିଆ, ବାବନପୁର,ଜୟପୁର,ବାଲିସିରା,ଗହଙ୍ଗୁ,ମୁନିଗାଡି, ଦେବଭୂମି,ମଙ୍ଗଳପୁର, ଭେଟନଇ ଏବଂ ଆସିକା ଏନଏସିରୁ ପ୍ରାୟ ୫୦ରୁ ଉର୍ଦ୍ଧ ଅଙ୍ଗନୱାଡି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସୁପର ଭାଇଜର ବବିତା କୁମାର ପଣ୍ଡା, ବିଜୟ ଲକ୍ଷ୍ମୀ ପାଢୀ, ସାବିତ୍ରି ମହାରଣା,ଉଷା ପଟ୍ଟନାୟକ,ନର୍ମଦା ବିଷୋୟୀ, ସଞ୍ଜୁକ୍ତା ବେହେରା, ବୀଣା ଦିଗାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଙ୍ଗନୱାଡି ନିବେଦିତା ପଟ୍ଟନାୟକ,ଅରଣ୍ୟା କୁମାରୀ ବେହେରା,ଉମାରାଣି ପାତ୍ର,ସନ୍ତୋଷିନୀ ପଣ୍ଡା,ଗୋଲାପ ରାଣି ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହ ଯୋଗ କରିଥିଲେ ।



