
ଗଞ୍ଜାମ,୫/୧୦(ଜିଲ୍ଲା ଖବର) : ଗଞ୍ଜାମ ସହର ର ମାଛ ମାର୍କେଟ ନିକଟରୁ ଋଷିକୂଲ୍ୟା ନଦୀ ସ୍ମଶାନ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ତରଫରୁ ପୁରାତନ 5 ନମ୍ବର ଜାତୀୟ ରାଜପଥରେ ଏକ ସୁନ୍ଦର ପକ୍କା ରାସ୍ତା କିଛି ମାସ ହେଲା ନିର୍ମାଣ ହୋଇଛି। ହେଲେ ଗଞ୍ଜାମ ଏନ ଏ ସି ପକ୍ଷରୁ ପ୍ରତିଦିନ ସହର ର ଅଳିଆ ଆବର୍ଜଅନା ଗୁଡିକ ଟ୍ରାକ୍ଟର ରେ ନେଇ ରାସ୍ତା ପାର୍ଶ୍ୱରେ ଢଳା ଯାଉଛି।ଯାହାକୁ ନେଇ ଉକ୍ତ ରାସ୍ତା ର ସୌନ୍ଧର୍ଯ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସକାଳ ଓ ସନ୍ଧ୍ୟା ସମୟରେ ଗଞ୍ଜାମ ସହର ବହୁ ସଂଖ୍ୟାରେ ଜନ ସାଧାରଣ ଉକ୍ତ ରାସ୍ତାରେ ଭ୍ରମଣ କରିଥାନ୍ତି।ଅନ୍ୟପଟେ ରେଳ ବ୍ରିଜ ଦେଇ ଛତ୍ରପୁର, ଗଞ୍ଜାମ ଓ ପୁରୁଷୋତ୍ତମ ପୁର ବ୍ଲକ ର ଶତାଧିକ ପରିବା, ମାଛ ବ୍ୟବସାୟୀ ଠାରୁ ଆରମ୍ଭ କରି ଶିକ୍ଷକ, ଛାତ୍ର, ଶ୍ରମିକ ଓ ସାଧାରଣ ଜନତା ଉକ୍ତ ରାସ୍ତା ରେ ଯିବା ଆସିବା କରିଥାନ୍ତି।
ହେଲେ ଏପରି ଆବର୍ଜନା ଆଧୁନିକ ସହରି ସଭ୍ୟତାର ନଗ୍ନ ଚିତ୍ର କୁ ଆଙ୍ଗୁଳି ନିର୍ଦେଶ କରୁଛି।
ଗଞ୍ଜାମ ମହାବିଦ୍ୟାଳୟ ଉତ୍ତର ଫାଟକ ଠାରୁ ଋଷିକୂଲ୍ୟା ନଦୀ ନିକଟସ୍ଥ ସ୍ମଶାନ ଘାଟ ନିକଟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଏହି ଆବର୍ଜନା ପଡିରହିଥିବା ବେଳେ ସେଗୁଡିକୁ ରେ ବର୍ଷାଜଳ ପଡିବାପରେ ପୁତି ଗନ୍ଧମୟ ସୃଷ୍ଟି ହେବାସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହି ଆବର୍ଜନା ଏନ.ଏ.ସି. କର୍ତ୍ୟୁପକ୍ଷ ସେଠାରୁ ତୁରନ୍ତ ହଟାଇବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେବା ସହ ଏନ.ଏ.ସି. ଡ଼ମ୍ପିୟାର୍ଡ ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ ଦାବିହେଉଛି।
ଏ ନେଇ ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭୁକଲ୍ୟାଣ ଦାସଙ୍କ
ପ୍ରତିକ୍ରିୟା ନେବାରେ, ଟ୍ରାକ୍ଟର ଡ୍ରାଇଭର ଛୁଟି ରେ ରହିଛି, ତେଣୁ ସେହି ପରିସ୍ଥିତି ସୃଷ୍ଟି ହେବା କହିବାସହ, ଆଗାମୀ ଦିନରେ 10 ନମ୍ବର ୱାର୍ଡରେ ସ୍ଥାନ ଚିହ୍ନଟ ହୋଇଛି। ଡ଼ମ୍ପିୟାର୍ଡ ନିର୍ମାଣ ହେବ ବୋଲି କହିଥିଲେ।
ରିପୋର୍ଟ : ପ୍ରଦୀପ କୁମାର ସାହୁ


