
ଜଗନ୍ନାଥ ପ୍ରସାଦ,୫/୧୦(ଜିଲ୍ଲା ଖବର) : ବାପ ଭାଇନା ନାମରେ ପରିଚିତ, ଭଞ୍ଜନଗର ଏନଏସି ର ପୂର୍ବତନ ନଗରପାଳ ଦିବଙ୍ଗତ ଅଭିମନ୍ୟୁ ରାଉତ ଙ୍କ ପୁଅ ମନୋଜ କୁମାର ରାଉତ (48)ଙ୍କ ଅକାଳ ବିୟୋଗ ହୋଇଛି।ସେ ବିଭିନ୍ନ ସାମାଜିକ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିବା ସହ, ଜଣେ ସୁସଂଗଠକ, ମେଳାପୀ, ସମାଜସେବୀ, ମିଷ୍ଟଭାଷୀ,ସଦା ହସହସ, ବଂଧୁବଚ୍ଛଳ,ମଜା ମଜଲିସ କୁ ଭଲ ପାଉଥିବା,ତଥା ବିଶିଷ୍ଟ ବ୍ୟକ୍ତିତ୍ୱ ଥିଲେ।ଗତମାସ ତଳେ ମନୋଜ ଙ୍କ ସ୍ୱାସ୍ଥ୍ୟ ଖରାପ ହେବ ସହ ନିଶ୍ୱାସପ୍ରଶ୍ଵାସ ନେବା ରେ କଷ୍ଟ ଅନୁଭବ କରି ଥିଲେ।ତାଙ୍କର ଅମ୍ଳଜାନ ସ୍ତର ଯାଞ୍ଚ କରା ଯିବା ସହ,ଆଣ୍ଟିଜେନ ଟେଷ୍ଟ କରା ଯାଇଥିଲା।ସ୍ୱାସ୍ଥ୍ୟ
ବିଗିଡିକା ଯୋଗୁଁ ବ୍ରହ୍ମପୁର ଅଶ୍ୱନି କୋଭଡ ହସ୍ପିଟାଲ ରେ ରଖା ଯାଇ ଚିକିତ୍ସା କରା ଯାଉଥିଲା, କିନ୍ତୁ ଶେଷରେ ସେ ମୃତ୍ୟ ବରଣ କରିଥିଲେ।ତାଙ୍କ ମୃତ୍ୟୁ ରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ଶୋକାକୁଳ ପରିବେଶ ରେ ସାଧାରଣ ସ୍ମଶାନ ରେ ଅନ୍ତିମ ସଂସ୍କାର କରା ନଯାଇ ନିଜ ଭୁମି ରେ କୋଭିଡ ନିୟମ ମାନି ସଂସ୍କାର କରା ଯାଇଥିଲା ।
ମାନ୍ୟବର ଜଙ୍ଗଲ ପରିବେଶ ,ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ସୁବଳ ପ୍ରଧାନ,ଗୋପବନ୍ଧୁ ମହାପାତ୍ର, ବରିଷ୍ଠ ଓକିଲ ଏମ.ତାଜ. ଆଦେନି,ରାଜେନ୍ଦ୍ର ପ୍ରଧାନ,ଦିବାକର ନାୟକ,ଉଷାକାନ୍ତ ପଟ୍ଟନାୟକ,ବିରେନ୍ଦ୍ର କୁମାର ଆରୁଖ, ସନ୍ତୋଷ ବେହେରା,ଓ ଅମରେନ୍ଦ୍ର ପଟ୍ଟନାୟକ(ବାବି), ପ୍ରଦୀପ କୁମାର ପାଢୀ(ବୁଲୁ),
ଜିତେନ୍ଦ୍ର କୁମାର ଆରୁଖ,ପ୍ରଶାନ୍ତ କୁମାର ନାୟକ,ଶୂଳପାଣି ଶତପଥୀ, ଇଂ.ସନ୍ତୋଷ କୁମାର ଗୌଡ଼,ଗୋପାଳ ମହାପାତ୍ର, ବାବୁଲା ସୁବୁଦ୍ଧି,ବସନ୍ତ କୁମାର ପ୍ରଧାନ ସମତେ ବହୁ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଶୋକ ସଂତପ୍ତ ପରିବାର କୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
ରିପୋର୍ଟ ନିରାକାର ସାହୁ


