
ଦିଗପହଣ୍ଡି,୫/୧୦(ଜିଲ୍ଲା ଖବର) : ଦିଗପହଣ୍ଡି ପୋଲିସଫାଣ୍ଡି ଅଧିନ ଭିଷ୍ମଗିରି ଗ୍ରାମର କେଦାର ବାଡତ୍ୟାଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ପାରଳାଖେମୁଣ୍ଡିରେ ଡାକବିଭାଗର ନନ୍ ଡେଲିଭେରି ଅଫିସରେ କାର୍ଯ୍ୟରତ ଥିଲେ। ତାଙ୍କରି ମାମୁଘର ବ୍ରହ୍ମପୁର ଆଇନାବନ୍ଧ ସାହିରେ ରହୁଥିଲେ। ପ୍ରତ୍ୟକ ଶନିବାର ନିଜର କାମସାରି ସେ ବ୍ରହ୍ମପୁର ଫେରି ପୁଣି ସୋମବାର ଭୋର ସକାଳୁ ନିଜର ବାଇକ ଯୋଗେ ପାରଳାଖେମୁଣ୍ଡି ଯିବା ରାସ୍ତାରେ ପଲାସା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ଆଣିବା ରସ୍ତାରେ ପ୍ରାଣ ବାୟୁ ଚାଲିଯାଇଥିଲା। ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।


