Monday, October 12, 2026
Home ଆଞ୍ଚଳିକ କରେନାରୁ ସୁସ୍ଥ ହୋଇ ଫେରି କାର୍ଯ୍ୟ ରେ ଯୋଗ ଦେଲେ ପୋଲିସ କର୍ମଚାରୀ

କରେନାରୁ ସୁସ୍ଥ ହୋଇ ଫେରି କାର୍ଯ୍ୟ ରେ ଯୋଗ ଦେଲେ ପୋଲିସ କର୍ମଚାରୀ

82

ବାଲିଗୁଡା,୫/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା କ ନୂଆଗାଁ ଥାନାରେ କାର୍ଯ୍ୟରତ ଥାନା ଏସଆଇ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ସମେତ ତିନିଜଣ କନେଷ୍ଟବଳ ଓ ପାଞ୍ଚ ଜଣ ଏସଏସ ବାଟାଲିୟନ କରୋନାରେ ଆକ୍ରାନ୍ତ ହୋଇଥିଲେ | ସେମାନେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କର ଟେଷ୍ଟ ହୋଇ ଥିଲା ଟେଷ୍ଟ ରିପୋର୍ଟ pasitive ବାହାରିବାରୁ ସେମାନେ ପ୍ରାୟ 18 ଦୀନ ହୋମ କ୍ୱାରନଟାଇନ ରେ ରହିଲା ପରେ ସୁସ୍ଥ ହୋଇ ପୁଣି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି | ଅନ୍ୟପଟେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସାମଲଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।