Wednesday, July 22, 2026
Home ଆଞ୍ଚଳିକ ହାଥରସ ଗଣବଳାତ୍କାର ପିଡିତା ପରିବାରକୁ ଉଚିତ ନ୍ୟାୟ ଓ ଆମ୍ବାର ସଦଗତି ନିମନ୍ତେ କଂଗ୍ରେସର ଶାନ୍ତିପୂର୍ଣ୍ଣ...

ହାଥରସ ଗଣବଳାତ୍କାର ପିଡିତା ପରିବାରକୁ ଉଚିତ ନ୍ୟାୟ ଓ ଆମ୍ବାର ସଦଗତି ନିମନ୍ତେ କଂଗ୍ରେସର ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

22

ଜଟଣୀ,୪/୧୦(ଜିଲ୍ଲା ଖବର) : ଉତରପ୍ରଦେଶର ହାଥରସ ଗଣବଳାତ୍କାର ପିଡିତା ଦଳିତ ପରିବାରକୁ ଉଚିତ ନ୍ୟାୟ ଏବଂ ତାଙ୍କ ଆତ୍ମାର ସଦଗତି ନିମନ୍ତେ ରବିବାର ସଂଧ୍ୟାରେ ଜଟଣୀ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀପାର୍କଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଳିତ ହୋଇଯାଇଛି । ଏଥିରେ ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ରାଜ୍ୟ ଛାତ୍ର କଂଗ୍ରେସ ନେତା ଆସିର ନବଜ, ଜଟାଧାରୀ ପ୍ରଧାନ,ବିଧାୟକ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,ଛଣଘର ସରପ ସୁନିଲ ରାଉତରାୟ,ପୁର୍ବତନ କାଉନସିଲର ନୋସର ଅଲୀ, ଅନନ୍ତ ବେହେରା, ଲୁସେନ ରାୟ, ରାଧାରଂଜନ ଶତପଥୀ,ଆଲୋକ ମହାତୀ,ବୃନ୍ଦାବନ ସାହୁ, କାଳିନ୍ଦୀ ଚରଣ ନାୟକ, ମାଧବ ପାଟଶାଣୀ, ପ୍ରଦୀପ ପଲାଇ, ସୁଧାକର ସାହୁ, ଉମା ମହାପାତ୍ର, ସବୀର ଅଲୀ, ସଂକେତ ପାଟଶାଣୀ, ଗଟେଶ୍ଵର ବେହେରା, ଦିଲିପ ବରାଳ, ସୁମନ ଚମ୍ପତି.ଜୟକୃଷ୍ଣ ପଟ୍ଟନାୟକ, ପ୍ରଭୁତା ପରବୀନ, ସର୍ଦ୍ଦେଶନା ମନ୍ଦାରୀ,ଶରତ ଚନ୍ଦ୍ର ତ୍ରିପାଠୀ, ବିଷ୍ଣୁ ଛୋଟରାୟଙ୍କ ସହିତ ବହୁ କଂଗ୍ରେସକର୍ମ ଯୋଗଦେଇ ପିଡିତାଙ୍କ ପରିବାରକୁ ନ୍ୟାୟ ଦେବାଲାଗି କେନ୍ଦ୍ର ସରକାର ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଉପରେ ବର୍ଷିଥିଲେ । ସେମାନେ କହିଥିଲେ ଯେ, ସରକାର ଦଳିତ ଅସହାୟମାନଙ୍କୁ ସୁରକ୍ଷାଦେବାରେ ବିଫଳ ହୋଇଛନ୍ତି । ଏପରିକି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ପତିତା ଦଳିତ ପରିବାରକୁ ସମବେଦନା ଜଣାଇବାକୁ ହାଥିରସ ଆସୁଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦୁର୍ବବହାର ଅତି ଅମାନବୀୟ ଏବଂ ଘୃଣ୍ୟ ବୋଲି କହିଥିଲେ । କଂଗ୍ରେସ ସରକାର ଦେଶ ଚଳାଇବା ସମୟରେ ଏଭଳି ଘଟଣା ବିରଳ ହୋଇଥିବା ବେଳେ ଭାଜପା ସରକାର ଦାୟିତ୍ଵଗ୍ରହଣ କରିବାପରେ ଲୋକେ ଆଉ ସୁରକ୍ଷୀତ ନୁହିତୀ ବୋଲି କହିଥିଲେ । ଏପରିକି ବଳାତ୍କାରକୁ ବିରୋଧ କରୁଥିବା ଲୋକ ଏବେ ଭାଜପା କର୍ମୀଙ୍କ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏପରି ଅମାନବିକ ଘଟଣାକୁ ନେଇ ସାରା ଦେଶ ପ୍ରତ୍ନ ହୋଇଯାଇଛି । ସୂଚନାଯେ, ଗତମାସ ୧୪ ତାରିଖରେ ପତିତା ଯୁବତୀ ମାଙ୍କ ସହ ଚାଷଜମିକୁ ଯାଉଥିବା ବେଳେ କେତେକ ଯୁବକ
ତାଙ୍କୁ ଅପହରଣ କରିନେଇ ଗଣବଳାତ୍କାର କରିବା ସହିତ ତୃଟି ଚିପିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପିଡିତାଙ୍କ ଗତ ୨୯ ତାରିଖରେ ମୃତ୍ୟୁ ଘଟିଥିଲା । ବ୍ୟବଛେଦପରେ ପୁଲିସ ମୃତଦେହକୁ ପୋଡ଼ିଦେବା ଘଟଣାକୁ ନେଇ ସାରାଦେଶ ପ୍ରତିବାଦ କରୁଥିବା ବେଳେ ଆଜି ଜଟଣୀ କଂଗ୍ରେସ ମଧ୍ୟ ପ୍ରତିବାଦ ଆରମ୍ଭ କରିଛି ବୋଲି କହିଛନ୍ତି ।

ରିପୋର୍ଟ ସଞ୍ଜୀବ କୁମାର ।