Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ କୃଷି ମନ୍ତ୍ରୀ ବା ବିଜେଡି...

ଆସିକା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ କୃଷି ମନ୍ତ୍ରୀ ବା ବିଜେଡି ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

41

ଆସିକା,୪/୧୦(ଜିଲ୍ଲା ଖବର) : ସରିନି ରାଜନୀତି ହାରିଗଲେ ମହାରଥୀ l ଆଉ ଶୁଣିବାକୁ ମିଳିବନି ମହାରଥୀଙ୍କ କଥାକଥିତ ଡାଇଲଗ ଶହେ ଘୋଡାକୁ ଶହେ ହାତୀ ଏକା ଲଢ଼ିବ ମହାରଥି l ବିଜେଡିର ଏହି ବରିଷ୍ଠ ନେତା ପୂର୍ବତନ କୃଷି ମନ୍ତ୍ରୀ ଏବଂ ପଂଚାୟତରାଜ ମନ୍ତ୍ରୀ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଆଉ ଆମ ଗ୍ରହଣରେ ନାହାନ୍ତି l ଗତକାଲି ବିଳମ୍ବତ ରାତ୍ରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା l କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ସେପ୍ଟେମ୍ବର 14 ସେ କରୋନା ପଜେଟିଭ ଚି଼ହ୍ନଟ ହୋଇଥିଲେ l ପ୍ରଥମେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ l ପୁଣିଥରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ହସ୍ପିଟାଲରେ ଭର୍ତ୍ତି କରି ଭେଣ୍ଟିଲେଟର ରଖାଯାଇଥିଲା l କିନ୍ତୁ ଗତକାଲି ରାତିରେ ସେ ମୃତ୍ୟୁବରଣ କରିଥିଲେ l ସେ ସାତ ସାତ ଥର ପିପିଲିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା ବେଳେ ତାଙ୍କ ପରଲୋକରେ ସାରା ଓଡିଶାରେ ଆଜି ଶୋକର ଛାୟା ଖେଳି ଯାଇଛି l ଏହି ପରିପେକ୍ଷୀରେ ଆସିକା ବିଜୁ ଜନତା ଦଳ ତରଫରୁ ଆସିକା ବିଜେଡି କାର୍ଯ୍ୟାଳୟ ଠାରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ଶ୍ରୀ ପ୍ରଦୀପ ମହାରଥୀଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପାର୍ଥନା କରାଯାଇଥିଲା l
ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଏହି ଶୋକ ସଭାରେ ଆସିକା ପଂଚାୟତ ସମିତି ଅଧକ୍ଷ ହରେକୃଷ୍ଣ ମଲ୍ଲୀକ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ଗୌରହର ବେହେରା, ଚାରି ନମ୍ବର ଜୋନ ଜିଲ୍ଲା ପରିଷଦ ଶିବମହାନ୍ତି, ବରଗାଁ ସମିତି ସଭ୍ୟ ଶିବ ନାହାକ, ବରିଷ୍ଠ ସମାଜ ସେବୀ ସତ୍ୟ ନାରାୟଣ ସ୍ୱାଇଁ, ଭଗବାନ ସାହୁ, ବିଜେଡି ବରିଷ୍ଠ ନେତା ଦିଲ୍ଲୀପ ପାଣିଗ୍ରାହୀ, ମୋହନ ରାଓ ଦୋରା, ଜିତେନ୍ଦ୍ର ବିଷୋୟୀ, ସୁବାଷ ମହାନ୍ତି, ଅଜିତ ଚୌଧୁରୀ, ଅରବିନ୍ଦ ଲେଙ୍କା, ମଙ୍ଗୁଳି ସାହୁଙ୍କ ସମେତ ବହୁ ବିଜେଡି ବରିଷ୍ଠ ନେତା ଯୋଗ ଦେଇ ସ୍ବର୍ଗତ ଶ୍ରୀ ପ୍ରଦୀପ ମହାରଥୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l