
ଜଗନ୍ନାଥ ପ୍ରସାଦ,୪/୧୦(ଜିଲ୍ଲା ଖବର) : ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଠାରେ ଏକ ଆଇସକ୍ରିମ ନେଉଥିବା ବୋଲର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି,ଓ ରାସ୍ତା ଉପରେ ଗଦା ଗଦା ବାଲି ରହୁଥିବା ଯୋଗୁଁ ସର୍ବଦା ଯାତାୟତ ରେ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ଗାଡି ନମ୍ବର OD33Z-7336 ଏକ ବୁଲାଣୀ ରାସ୍ତା ରେ ବାଲି ପଡ଼ିଥିବା ଦେଖି ଭାରସାମ୍ୟ ହରାଇ ନିକଟସ୍ଥ ଏକ ଘର ଉପରେ ଚଢି ଯାଇଥିଲା |ସୌଭାଗ୍ୟ ବଶତଃ ଘରେ କାହାକୁ ଆଘାତ ଲାଗିନି |ଡ୍ରାଇଭର ସତ୍ୟ ଙ୍କ ସମେତ ହେଲ୍ପର କୁ ଆଘାତ ଲାଗିଥିବା ସୂଚନା ମିଳିଛି |ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ 108 ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ପଠେଇବା ସହ ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଛି |
ରିପୋର୍ଟ-ନିରାକାର ସାହୁ ।


