
ବାଲିଗୁଡା,୪/୧୦ {ଜିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଗାନ୍ଧୀ ଜୟନ୍ତୀ ଅବସର ରେ ଫୁଲବାଣୀ ର ସ୍ବେଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନୀଟି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ ସାଧାରଣ ଲୋକଙ୍କ ଉପକାର ପାଇଁ ଏକ ସ୍ଵର୍ଗରଥ ନାମକ ଗୋଟିଏ ଭ୍ୟାନ ର ଲୋକାର୍ପିତ ହୋଇଥିଲା | ଏହା ସ୍ଥାନୀୟ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ହୋଇଯାଇଛି | ଏହି ରଥକୁ ଉଦଘାଟନ କରିଥିଲେ ଫୁଲବାଣୀ SDPO ମହେନ୍ଦ୍ର କୁମାର ମୁର୍ମୁ | ଅନୁଷ୍ଠାନ ର ଉପଦେଷ୍ଟା ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ | ଏଥିରେ ଜିଲ୍ଲାର କିନ୍ନର ଭଉଣୀମାନେ,ଗଣମାଧ୍ୟମ ପ୍ରତିନିଧି, ସ୍ବେଛାସେବୀ ଭି. ଜଗନ୍ନାଥ ରାଜୁ, ଆଲୋକ ବିଶୋଇ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସାଇରାମ ପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫୁଲ୍ଲ ପୃଷ୍ଟି ପ୍ରଭୁତି ଅଂଶଗ୍ରହଣ କରିଥିଲେ | ଏବଂ ସମସ୍ତ ଟିମ ହ୍ୟୁମାନୀଟି ସଦସ୍ୟ,ବରିଷ୍ଠ ଆଇନଯିବି ଓ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ଏହି ସୁକାର୍ଯ୍ୟ ସମ୍ପାଦନ କରିଥିଲେ |
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



