Monday, November 16, 2026
Home ଆଞ୍ଚଳିକ ଆସିକା ଚାମ୍ବର ଅଫ କମର୍ସ ତରଫରୁ ବିଶିଷ୍ଟ ସମାଜସେବୀ ଶ୍ରୀ ସତ୍ୟନାରାୟଣ ସ୍ୱାଇଁକୁ...

ଆସିକା ଚାମ୍ବର ଅଫ କମର୍ସ ତରଫରୁ ବିଶିଷ୍ଟ ସମାଜସେବୀ ଶ୍ରୀ ସତ୍ୟନାରାୟଣ ସ୍ୱାଇଁକୁ କରୋନା ଯୋଦ୍ଧାରେ ସାମ୍ନାନିତ କରାଯାଇଛି

39

ଆସିକା,୩/୧୦(ଜିଲ୍ଲା ଖବର) : ଆସିକା ଚାମ୍ବର ଅଫ କମର୍ସ ତରଫରୁ ବିଶିଷ୍ଟ ସମାଜସେବୀ ଶ୍ରୀ ସତ୍ୟନାରାୟଣ ସ୍ୱାଇଁକୁ କରୋନା ଯୋଦ୍ଧାରେ ସାମ୍ନାନିତ କରାଯାଇଛି l ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ଜଣେ ବିଶିଷ୍ଠ ସମାଜଦେବୀ ସେ ସବୁ ସମୟରେ ଗରୀବ ମାନଙ୍କ ସୁଖ ଦୁଃଖରେ ସାଥି ହୋଇ ସେମାନଙ୍କୁ ବିପଦ ଆପଦରେ ସହଯୋଗ କରି ଆସୁଛନ୍ତି l ବର୍ତ୍ତମାନ ଯେଉଁ ପରିସ୍ଥିତି କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ କରୋନା ଭୟରେ ସାରା ବିଶ୍ୱ ଆତଙ୍କିତ ହୋଇ ରହିଛି l ଅନେକ ଥର କରୋନାକୁ ନେଇ ଯେଉଁଠି ମାନବିକତା ହଜି ଯାଉଛି l ଅତି ନିଜର ଆପଣାର ଲୋକ ମଧ୍ୟ କରୋନା ଭୟରେ ପାଖ ମାଡୁ ନାହାନ୍ତି l ସେଭଳି ଏକ ବିପଦାପନ୍ନ ସମୟରେ ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ନିଜ ଜୀବନକୁ ବାଜି ଲଗେଇ ଦୀର୍ଘ ଛଅ ରୁ ସାତ ମାସ ହେଲା ଗରୀବ, ଦିନ ଦୁଃଖୀ ,,ଉଠାଦୋକାନୀ, ଠାରୁ ଆରମ୍ଭ କରି ପ୍ରବାସୀ ଓଡିଆ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ବିପଦ ବେଳେ ତାଙ୍କ ପାଖରେ ପହଂଚି ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ମାସ୍କ, ସାନିଟାଇଜର୍ ଆଦି ବଣ୍ଟନ କରିରିବା ସହ କରୋନାକୁ ନେଇ ଲୋକମାନଙ୍କୁ ଅନେକ ସଚେତନ କରିଛନ୍ତି l ଏଭଳି ଏକ ସମୟରେ ଯେତେବେଳେ ସାରା ଭାରତ ସମ୍ପୂର୍ଣ ଲକଡାଉନରେ ଥିଲାବେଳେ ଲୋକ ମାନେ ନିଜ ନିଜର ଘରେ ରହୁଥିଲେ l ସେଇ ସମୟରେ ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ରାସ୍ତା ଘାଟ ଗଳିକନ୍ଦିରେ ଥିବା ବୁଲା ଜନ୍ତୁ ମାନଙ୍କୁ ବି ଆହାର ଯୋଗାଇ ଆସୁଥିଲେ l କେବଳ କରୋନା ସମୟରେ ନୁହେଁ ଆସିକାର ତିତିଲି ବାତ୍ୟା ହେଉକି ଫନି, ଅବା ମହାବାତ୍ୟା ହୋଉ ସବୁ ସମୟରେ ଲୋକ ମାନଙ୍କ ପାଖରେ ପହଂଚି ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି l ତାଙ୍କର ଏଭଳି ମହାନ ନେତୃତ୍ୱ ପାଇଁ ଆସିକା ଚାମ୍ବର ଅଫ କମର୍ସ ତାଙ୍କୁ ଆଜି ଉଚ୍ଚ ପ୍ରଶଂସା ପତ୍ର ଦେଇ ସାମ୍ନାନିତ କରିଛି l ଆସିକା ଚାମ୍ବର ଅଫ କମର୍ସର ଏହି ସାମ୍ନାନିତ ଉତ୍ସବରେ ଚାମ୍ବର ଅଫ କମର୍ସର ସଭାପତି ରାମ ରଞ୍ଜନ ଶର୍ମା, ସେକ୍ରେଟାରୀ ସିମାଞ୍ଚଳ ପରିଡା, ଉପ ସଭାପତି ଅରୁଣ ଗୁପ୍ତା, ଉପସଭାପତି କିଶୋର ସେନାପତି, ପୂର୍ବତନ ସଭାପତି ଅରୁଣ କୁମାର ପାତ୍ର, ଜଏଣ୍ଡ ସେକ୍ରେଟାରୀ ରାଜା ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସତ୍ୟନାରାୟଣ ସ୍ୱାଇଁକୁ ସାମ୍ନାନିତ କରିଥିଲେ l