
ବ୍ରହ୍ମପୁର/ସାନଖେମୁଣ୍ଡି,୩/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ରାତ୍ର ଜୁଆ ଆଡ୍ଡା ରେ ଚଢ଼ାଉ କରି 8 ଜଣଙ୍କୁ ଗିରିଫ କରିଛି ଏବଂ ସେମାନଙ୍କ ନିକଟରୁ ଦୁଇ ମୁଠା ତାସ ସହ, 31030 ଟଙ୍କା ଜବତ କରାଯାଇଛି l ବହୁ ଦିନ ଧରି ଡେଙ୍ଗାଓସ୍ତା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ଏକ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡାରେ ଚଢ଼ାଉ କରି 8 ଜଣଙ୍କୁ ଗିରଫ କରିଥିଲେ l କେଶ ନଂ 243/20 ରେ ମାମଲା ରୁଜୁ କରାଯାଇଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l
ରିପୋର୍ଟ: ପ୍ରଫୁଲ୍ଲ ସାବତ।



