Friday, November 13, 2026
Home ଆଞ୍ଚଳିକ ରମ୍ଭାରେ ଶ୍ରୀ ଗଣେଶ ଆଇ.ଏମ.ସି ଆୟୁର୍ବେଦିକ ହାରବଲ ପଏଣ୍ଟ ଶୁଭାରମ୍ଭ

ରମ୍ଭାରେ ଶ୍ରୀ ଗଣେଶ ଆଇ.ଏମ.ସି ଆୟୁର୍ବେଦିକ ହାରବଲ ପଏଣ୍ଟ ଶୁଭାରମ୍ଭ

35

ଗଞ୍ଜାମ,୩/୧୦(ଜିଲ୍ଲା ଖବର) : ସ୍ଥାନୀୟପାନ୍ଥନିବସ ଛକ କମରସିୟାଲ ଟାକ୍ସ ଅଫିସ ପାର୍ଶ୍ୱରେ ରାଜ୍ୟ ସରକାରଙ୍କ ସାମାଜିକ ଦୂରତା ଓ କୋଭିଡ଼19 ନୀତିନିୟମ କୁ ଭିତ୍ତିକରି ଶ୍ରୀ ଗଣେଶ ଆଇ.ଏମ.ସି ଆୟୁର୍ବେଦିକ ହାରବଲ ପଏଣ୍ଟ ଆଂଚଳିକ ପ୍ରବନ୍ଧକ ରିଜିଓନାଲ ମ୍ୟାନେଜର୍ ଭୁବନେଶ୍ୱର ଲୋକେଶ ସାହୁଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମ ରେ ରମ୍ଭା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶିବପ୍ରସାଦ ଦାଶ,ରମ୍ଭା ଥାନା ସେକେଣ୍ଡ ଅଫିସର ଶ୍ରୀମତୀ ପ୍ରିୟଦର୍ଶୀନୀ,ପ୍ରପେଇଟର ସୁଶ୍ରୀ ପ୍ରିତୀ ପ୍ରିୟଦର୍ଶୀନୀ ପ୍ରମୁଖ ଙ୍କ ସମେତ ଆଇ.ଏମ.ସି ର ବରିଷ୍ଠ ପଦାଧିକାରୀ ମାନେ ମଞ୍ଚାସିନ ରହିଥିଲେ। ରିଜିଓନାଲ ମ୍ୟାନେଜର୍ ଲୋକେଶ ସାହୁ ଉପସ୍ଥିତ ଆଇ ଏମ ସି ର କର୍ମକର୍ତ୍ତା, ଆଇ.ଡି ଗ୍ରହୀତା ମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ଆୟୁର୍ବେଦିକ ମହୌଷଧି ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟବାନ ହୋଇ ନିରୋଗି ଜୀବନ ଯାପନ କରିହେବ ବୋଲି ଦ୍ରୁଢକ୍ତି ପ୍ରକାଶ କରିଥିଲେ।ଆୟୁର ଅର୍ଥ,ମଣିଷର ବୟସ ଏବଂ ବେଦର ଅର୍ଥ ଜ୍ଞାନ ବା ବିଜ୍ଞାନ ତେଣୁ ଆୟୁର୍ବେଦ ର ଅର୍ଥ ମଣିଷର ବୟସ ସମ୍ବନ୍ଧିୟ ବିଜ୍ଞାନ ଏହା କିପରି ଭାବରେ ଏକ ସୁସ୍ଥ ସବଳ ଜୀବନ କରିବା ପାଇଁ ଆମ ମାନଙ୍କୁ ସହଯୋଗ କରୁଛି। ଏବଂ ଏହା ସହିତ ଜଡିତ ବ୍ୟାପାରଗତ ଅବସର ଆମକୁ ଆର୍ଥିକ ସହାୟତା ଦେଉଥିବା ଆଇ ଏମ ସି ର ମୂଳଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ ପ୍ରଦୀପ କୁମାର ସାହୁ