Saturday, November 14, 2026
Home ଆଞ୍ଚଳିକ ବି.ଡ଼ି.ପୁର ଗ୍ରାମପାୟତରେ ରେ ଗ୍ରାମସଭା

ବି.ଡ଼ି.ପୁର ଗ୍ରାମପାୟତରେ ରେ ଗ୍ରାମସଭା

125

ଜଗନ୍ନାଥ ପ୍ରସାଦ,୩/୧୦(ଜିଲ୍ଲା ଖବର) : ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ ବି.ଡ଼ି.ପୁର ଗ୍ରାମ ପଂଚାୟତର ବୈଠକ ଗୃହରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଗ୍ରାମ ସଭାରେ ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ଅଧକ୍ଷତା ରେ ଗ୍ରାମସଭା କୁ ଆଗେଇ ନେଇଥିଲେ
। ଏଥିରେ ସରପଞ୍ଚ ତାଙ୍କର ଅଭିଭାଷଣ ରଖିଥିଲେ ଯେ ପଲ୍ଲୀସଭା ରେ ପ୍ରତି ଗ୍ରାମ କୁ କିଛି କିଛି କାମ ଦିଆ ଯାଇଥିଲା । ବର୍ତ୍ତମାନ ଆଜିର ଦିନରେ ରାଜ୍ୟ ବ୍ୟପି ସମସ୍ତେ ପଂଚାୟତ ମାନଙ୍କ ରେ ସରକାରଙ୍କ ନିଦେର୍ଶ ଅନୁସାରେ ଗ୍ରାମ ସଭା ଅନୁଷ୍ଠିତ ହେଉଅଛି , ପଲ୍ଲୀ ସଭା ରେ ଯେଉଁ ସବୁ କାଯ୍ୟ ବାକି ରହିଯାଇଛି ତାକୁ ଗ୍ରାମ ସଭା ରେ ନୂତନ ପ୍ରସ୍ତାବ ଆଣିବା ପାଇଁ ଏକ ଖସଡ଼ା ପ୍ରସୂତି ପାଇଁ ସବୁ ଗ୍ରାମ କୁ ଅନୁରୋଧ କରାଗଲା ।କନ୍ଧମାଳ ଲୋକସଭା ସାସଂଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ତାଙ୍କ ଅଭିଭାଷଣ କହିଥିଲେ ଯେ ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ କୁ ସମ୍ମାନ ଜଣାଇ,କହିଲେ ଜଗନ୍ନାଥ ପ୍ରସାଦ ବ୍ଲକ ବହୁ ଦିନ ରୁ ଅବହେଳିତ ଥିଲା ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଆସି ଏହି ଅଂଚଳ ରେ ପହଂଚିଛି ଆମର ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଲୋକ ମାନଂକ ପ୍ରତି ଦୃଢ଼ ଆତ୍ମ ବିଶ୍ୱାସ ଏବଂ ତାଙ୍କର ଚେଷ୍ଟା ଓ ନିଷ୍ଠା ବଳରେ ଏହି ଜଗନ୍ନାଥ ପ୍ରସାଦ ଅଂଚଳ ର ପ୍ରାୟ ୮୦ ପ୍ରତିଶତ ଉନୟନ ମୂଳକ କାଯ୍ୟ କରିଛନ୍ତି । ରାସ୍ତା ଘାଟ ଠୁ ଆରମ୍ଭ କରି ଗାଁ ରେ କୋଠାଘରେ, କଲ୍ୟାଣ ମଣ୍ଡପ ,ଜଗନ୍ନାଥ ପ୍ରସାଦ ର କୋଣ ଅନୁକୋଣ ରେ ସବୁ ଗାଁ ରେ ମାନ୍ୟବର ମନ୍ତ୍ରୀ ଙ୍କ ଉନୟନ କାର୍ଯ୍ୟ ପହଁଚିଛି । ବର୍ତ୍ତମାନ କୋରାନ ମହାମାରୀ ସମୟ ରେ ଦେଶର ଅର୍ଥି ସ୍ଥିତି ଚୁରମାର ହେବା ସହ ଜନ ସାଧାରଣ ମଧ୍ଯ ଅତିଷ୍ଟ ହୋଇ ପଡିଛନ୍ତି ,ଜନ ସାଧାରଣଙ୍କ ଆର୍ଥିକ ସ୍ଥିତି ଏକ ବୋଝ ଭଳି ହୋଇଛି। ଯେହେତୁ ଆପଣ ମାନେ ସମସ୍ତେ ଜାଣିବା ଦରକାର ଏହି ପରିପ୍ରେକ୍ଷୀରେ ସାସଂଦ ପ୍ରତିନିଧି କହିଛନ୍ତି ବାସ୍ତବିକ ଯୋଉଁ ସବୁ କାମ ଆବଶ୍ୟକ ଅଛି ତାହାହିଁ ଦିଅନ୍ତୁ ଏବଂ MGNREGA ରେ ଗ୍ରାମା ଅଂଚଳ କୁ ଶ୍ରମ ଭିତିକ କାମ ଆବଶ୍ୟକ ତାହାକୁ ଖୁବ ଶୀଘ୍ର ଯୋଗାଇ ଦେବାପାଇଁ ପ୍ରସ୍ତାବ ମାଗିଛନ୍ତି । ଶ୍ରୀ ବାରିକ କହିଛନ୍ତି କେଉଁ ଭଳିଆ ଉନ୍ନତିମୂଳକ କାର୍ଯ୍ୟ ଜଗନ୍ନାଥ ପ୍ରସାଦ ଅଂଚଳରେ ହୋଉଛି ତାହା ଆମ ବି.ଡ଼ିପୁର ଗ୍ରାମ ପଂଚାୟତ ଏକ ନମୁନା। ଏହା ସମସ୍ତେ ଜାଣିପାରୁଥିବେ ।ଦିନ ଥିଲା ଏ ଗ୍ରାମ ପଂଚାୟତ ଭଙ୍ଗା ଇଟା କାନ୍ଥ ଓ କଣା ଆଜବେଷ୍ଟ ଘର ଥିଲା, ଚାଉଳ ଓ କିରୋସିନ ଓଦା ରହୁ ଥିଲା ଓ ଲୋକମାନେ ବସିବା ପାଇଁ ଜଗା ଭି ନଥିଲା । ଆଜି ସେହି ଯୁଗ ନାହିଁ ତାହାର ଅବସାନ ଘଟିଛି ଆପଣ ମାନେ ଯୋଉଁ ଭଳିଆ ବସିଛନ୍ତି ଏଇଠୁ ଆପଣ ମାନେ ସହଜରେ ଅନୁମାନ କରିପାରୁଥିବେ
ଏହି ଅଂଚଳରେ ବିକ୍ରମ ବାବୁ କିପରି ବିକାଶ କରିଛନ୍ତି । ବର୍ତ୍ତମାନ ଆମେ ଜଣେ ଦକ୍ଷ ଓ ବରିଷ୍ଠ କନ୍ଧମାଳ ସାସଂଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ ପାଇଛେ। ଯାହାଙ୍କ କି Kims, Kiss, kiits ଭଳି ଅନୁଷ୍ଠାନ ସାରା ବିଶ୍ୱରେ ସୁନାମ ଅର୍ଜନ କରିଅଛି। କୋରାନା ମହାମାରୀ ପୃର୍ବରୁ ପ୍ରେତେକ ମାସ ରେ ମାନ୍ୟବର ସାସଂଦ ଙ୍କ Kiims ମେଡିକାଲ ତରଫରୁ ଏକ ଡାକ୍ତରି ଦଳ ଆସି ପ୍ରତ୍ୟେକ ପଂଚାୟତ ରେ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ ଯୋଗାଇ ଦେଉଛନ୍ତି ।ଏହି ଭଳି ସେବା ପାଇଁ କନ୍ଧମାଳ ସାସଂଦ ଙ୍କୁ ଶ୍ରୀ ବିପ୍ର ଚରଣ ବାରିକ ଧନ୍ୟବାଦ ଜଣାଇଛନ୍ତି। ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ସରକାର ଙ୍କ ବିଭିନ୍ନ ଯୋଜନା ଯଥା ବୃକ୍ଷ ରୋପଣ ଠୁ ଆରମ୍ଭ କରି MGNREGA କାମ ବିଷୟରେ ଲୋକମାନେ ଙ୍କୁ କହିଥିଲେ ଏବଂ ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀ ପ୍ରଦୀପ କୁମାର ପ୍ରଧାନ ମଧ୍ୟ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲି ଏବଂ ଆଗାମୀ ଦିନରେ କେମିତି ବେକାରୀ ଶ୍ରମିକମାନଙ୍କୁ କାମ ମିଳିବ ସେ ବିଷୟରେ ସଚେତନ କରାଇ ଥିଲେ। ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ପ୍ରତି ଗ୍ରାମର ଶ୍ରମିକ ମାନଙ୍କୁ ଯେମିତି କାମ ମିଳିବ ସେଥିପାଇଁ ନିବେଦନ କରିଛନ୍ତି । ଏଥିରେ ୱର୍ଡସଭ୍ୟ, ସଭ୍ୟା, ବୃଦ୍ଧିଜିବି ଯୋଗାଣ ସହାୟିକା ସଭା କୁ ଆଗକୁ ନେଇ ସାଫଲ୍ୟମଣ୍ଡିତ କରିଥିଲେ । କରୋନା ମହାମାରୀ ନ ହଟିଥିବାରୁ ସାମାଜିକତା ଦୂରତା ରକ୍ଷା କରି ସଭା କରାଯାଇଥିଲା ଶେଷରେ ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।
ରିପୋର୍ଟ-ନିରାକାର ସାହୁ