
ଜଟଣୀ,୩/୧୦(ଜିଲ୍ଲା ଖବର) : ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ସମ୍ଭାବନା ପରିବାର ପକ୍ଷରୁ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା, ଏଥି ସହିତ ଜଟଣୀ ପଞ୍ଚାୟତ ସମିତି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମସ୍ଥିତ ଶୈବପିଠ ମୃଗେଶ୍ଵର ଦେବଙ୍କ ପିଠ ସ୍ଥଳରେ ଚାରା ରୋପଣ କରାଯାଇଥିଲା l ଅନୁଷ୍ଠାନ ର ଉପଦେଷ୍ଟା ଭାସ୍କର ଚନ୍ଦ୍ର ଡାକୁଆ ଙ୍କ ସଂଯୋଜନାରେ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଦେବ ପ୍ରସାଦ ଦାଶ, ଅମିନ ରାଉତ, ଅବଦୁଲ ସତାର, ନିତ୍ୟଜିତ ଚମ୍ପତି, ଦିଲୀପ ସିଂ, ସୁକାନ୍ତ ନାୟକ, ରମାକାନ୍ତ ମହାରଣା, ରାଜେଶ କୁମାର ପାଇକରାୟ, ବିଜୟ ମହାପାତ୍ର, ସ୍ଵପ୍ନଜିତ ସ୍ୱାଇଁ, ସତ୍ୟଜିତ ପାଇକରାୟ, ବିକାଶ ପରିଡା ଓ ସନାତନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଲବ୍ ର ଆବାହକ ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l
ରିପୋର୍ଟ ସଞ୍ଜିବ କୁମାର ।



