
ବାଲିଗୁଡା,୩/୧୦ {ଜିଲ୍ଲା ଖବର} : ବାରଖମା ର ରତିକାନ୍ତ ଦିଗାଲ ନାମକ ଜଣେ ଯୁବକ ଗଟାଙ୍ଗି ଅଞ୍ଚଳ ରେ ରହୁଥିବା ଯାଜ୍ଞସେନୀ ଙ୍କୁ 2007 ମସିହାରେ ବିବାହ କରିଥିଲେ | ତାଙ୍କର ତିନୋଟି ସନ୍ତାନ ଅଛି | ଗତ କିଛି ଦୀନ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିତରେ ପାରିବାରିକ କଳହ ଲାଗିରହିଥିଲା | କିଛି ଦିନହେବ ସ୍ତ୍ରୀ ଯାଜ୍ଞସେନୀ ବାପା ଘରେ ଗଟାଙ୍ଗି ରେ ରହି ଆସୁଥିଲେ | ଗତ ତିନି ଦୀନ ତଳେ ରତିକାନ୍ତ କ୍ରୋଧ ରେ ବଶବର୍ତ୍ତୀ ହୋଇ ଗଟାଙ୍ଗି ଗ୍ରାମରେ ପହଂଚି ଥିଲେ |ସେହି ସମୟରେ ଯାଜ୍ଞସେନୀ ଗଟାଙ୍ଗି ରେ ଥିବା ନାଳକୁ ଗାଧେଇବାକୁ ଯାଉଥିଲେ | ସେହି ସ୍ଥାନକୁ ରତିକାନ୍ତ ଡିଗାଲ ଯାଇ ଯାଜ୍ଞସେନୀ କୁ ଡାକି ଛୁରା ମାଡ କରିଥିଲେ ଓ ପରେ ପରେ ମୁଣ୍ଡରେ ପଥର ରେ ଛେଚି ଥିଲା | ଗୁରୁତର ଅବସ୍ଥାରେ ସେହିନାଳରୁ ପ୍ରଥମେ ବାରଖମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ପରେ ବାଲିଗୁଡା ଉପଖଣ୍ଡ ଚିକିଛାଳୟ ବାଲିଗୁଡା କୁ ନେବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ଏହି ଘଟଣା ରେ ମୃତକ ଙ୍କ ମାଆ ଥାନା ରେ ଲିଖିତ ଏତଲା ଦେଇଛନ୍ତି | ହତ୍ୟା ରେ ବ୍ୟବହୃତ ହୋଇଥିବା ଛୁରୀ ଓ ପଥର କୁ ପୋଲିସ ଜବତ କରିବା ସହିତ ରତିକାନ୍ତ ଦିଗାଲ କୁ ଗିରଫ କରି କେଶ ନମ୍ବର 182/2020 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ଏହାର ତଦନ୍ତ ଏସଆଇ ଦୀପକ କୁମାର ରାଉତ ନେଇଛନ୍ତି ବୋଲି iic ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



