Home ଆଞ୍ଚଳିକ ଜଟଣୀର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଜଟଣୀର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

48

ଜଟଣୀ,୨/୧୦(ଜିଲ୍ଲା ଖବର) : ଜାତୀରପିତା ମହାତ୍ମାଗାନ୍ଧୀ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଶୁକ୍ରବାର ନିରାଡମ୍ବର ମଧ୍ୟରେ ପାଳନ ହୋଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗାନ୍ଧୀପାର୍କଠାରେ ମାହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏନେଇ ଜଟଣୀ ପ୍ରେସକ୍ଲବ ପକ୍ଷରୁ ପ୍ରେସକାର୍ଯ୍ୟାଳୟଠାରୁ ଏକ ପଦଯାତ୍ରା କୁବର ଉପଦେଷ୍ଠା ହେମନ୍ତ କୁମାର ସୁନ୍ଦରାୟଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଗାନ୍ଧୀପାର୍କ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ପ୍ରେସକ୍ଲବର ସଭାପତି ବିରଟିଂ ନାରାୟଣ ମହାନ୍ତୀ, ସହସମ୍ପାଦକ ମହମଦ ଇସମାଇଲ ଅଲୀ, କୋଷାଧ୍ୟକ୍ଷ ହୃଦାନନ୍ଦ କୋଦମାସିଂହ,ରଙ୍ଗନାଥ ବେହେରା, ବିଶ୍ୱଜିତ ସାମନ୍ତରାୟ, ବିରକିଶୋର ବାରିକ,ଦେବପ୍ରସାଦ ଦାଶ,ସୁବ୍ରତ କୁମାର ନାୟକ, ହରିହର ସାଇଁ, ପ୍ରଶାନ୍ତ କୁମାର ସାହୁ, ସଂଜିବ କୁମାର,ଯଯାତି କେଶରୀ ପ୍ରଧାନଙ୍କ ସହିତ ସାମ୍ବାଦିକା ମମତା ବେହେରା ଓ ରୀନା ନାୟକ ପ୍ରମୁଖ ସମସ୍ତ ଖବରଦାତ୍ରୀମାନେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଧୁନ ଗାନକରିବା ସହ ମାହାତ୍ମାଗାନ୍ଧୀଙ୍କ ଦେଶପ୍ରତି ଉତ୍ସର୍ଗ ଭିତିକ ବିଭିନ୍ନ ବକ୍ତବ୍ୟ ଅତିଥୀମାନେ ରଖିଥିଲେ । ଏହି ଅବସରରେ ସ୍ଥାନୀୟ ମସଜିଦଛିକ,ପ୍ରେସଛକ,ହରିଭାଇନାଛକ ଓ ମାଛମାର୍କେଟ ପ୍ରଭୃତି ବୁଲି ସାମ୍ବାଦିକମାନେ ବିନାମାରେ ଥିବା ଲୋକମାନଙ୍କୁ ମାସ୍କ ପରିଧାନ କରାଇଥିବା ବେଳେ ଶ୍ରମିକ,ବ୍ୟବସାୟୀ ଓ ପଥଚାରୀମାନଙ୍କୁ ମାସ ବଂଟନ କରିଥିଲେ । ପରିଶେଷରେ ପ୍ରେସକୁବ କାର୍ଯ୍ୟାଳୟରେ ମହାମାରୀ କନାରେ ହାରିଯାଇ ପ୍ରାଣତ୍ୟାଗ କରିଥିବା ଯୋଦ୍ଧା ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ପରେ ଦେଶର ଦୁଇମହାନ ମହାପୁରୁଷଙ୍କ ଜନ୍ମଜୟନ୍ତୀ ପାଳନ ହୋଇଥିଲା । ଏଥିରେ ସାମାଜିକ କର୍ମ ୱେଲଫେଦ ରିଡେନ,ଜର୍ଜ ଫ୍ରାନସିସ,ଲେଞ୍ଜନ ବାନ,ଜାହାଙ୍ଗୀର ବାଦଶାହ,ଜଗା ରାଓ,ହର୍ସ ଡି କୋଷ୍ଟା ପ୍ରମୁଖ ଉପସ୍ଥିତ ରହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟଣୀର ପ୍ରମୁଖ
ପଶୁପକ୍ଷୀ ସୁରକ୍ଷା ସଂସ୍ଥା ତଥା ସାମାଜିକ ସଂସ୍ଥା ସମ୍ଭାବନା ପରିବାରର ସମ୍ପାଦକ ଦେବପ୍ରସାଦ ଦାଶଙ୍କ ନେତୃତ୍ବରେ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ସେହିପରି ଗାନ୍ଧୀ ଓ ଶାସ୍ତ୍ରୀ ସୃତିକମିଟି ପକ୍ଷରୁ କମିଟିର ସଭାପତି ବିଭୂତିଭୁଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳନ ହୋଇଥିଲା । ଏଥିରେ ବିଜେଡି ଓ କଂଗ୍ରେସ ପ୍ରଭୃତି ରାଜନୈତିକ ଦଳର ସମସ୍ତ କର୍ମିମାନଙ୍କ ସହିତ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇଥିବା ବେଳେ ଟାଏକୋଣ୍ଡ ତୁ ମାର୍ସାଲ ଆର୍ଟର ପ୍ରଶିକ୍ଷକ ଅଜୟ କୁମାର ସାହୁ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୁର୍ତରେ ପୃଷ୍ଠାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲଲାଟେନ୍ଦୁ ବେବର୍ତୀ,ମନୋଜ ସାହୁ,ଗୌରୀ ସିଂ,ନୌସର ଅଲୀ,ସୁରେଶ ଚନ୍ଦ୍ର ବେହେରା, ଛବି ପାଇକରାୟ, ବାବୁ ହୋତା, ପ୍ରଶାନ୍ତ ରଥ,ସୁଦର୍ଶନ ସୁନ୍ଦରାୟ,ଶଶାଙ୍କ ଶେଖର ରାୟ,ବିଜୟ କୁମାର ପଣ୍ଡା,ଆଶୁତୋଷ ପ୍ରତାପ ସିଂହ,ମନା ରାଓ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଏହି ଜନ୍ମଜୟନ୍ତୀରେ ଜଟଣୀ ନାଗରୀକ କମିଟି ପକ୍ଷରୁ ନିରାଡମ୍ବର ମଧ୍ୟରେ ପାଳନ କରାଯାଇଛି । ପୁର୍ବତନ କାଉନସିଲର ଜଟାଧାରୀ ପ୍ରଧାନଙ୍କ ନେତୃତ୍ବରେ କମିଟିର କଳିଙ୍ଗ କୁମାର ସାହୁ, ପୁର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ ରାଉତରାୟ, ଲୁସେନ ରାୟ, ଆଲୋକ ମହାନ୍ଧୀ,ଅନନ୍ତ ବେହେରା,କାଳନ୍ଦୀ ନାୟକ,ସୁଲୁ ରଥ, ଲିଟୁ ଶତପଥୀ, ମାଧବ ପାଟଶାଣୀ, ଉମା ମହାପାତ୍ର, ଦୀପ ସୁନ୍ଦର ବଳିୟାରସିଂହ,ଜୟସୂରଜ ପଟ୍ଟନାୟକ,ମଧୁସ୍ମିତା ମାର୍ଥୀ.ଅରୁପା ସାଇଁ, ଦୀପକ ସାହୁ,ସୁଶିଲା ମାହାନା, ସୌମ୍ୟ ଶ୍ରୀଚନ୍ଦନ,ସଂକେତ ପାଟଶାଣୀ, ସାବିର ଅଲୀ ଖାନ, ତିଲୁ ଜେନାଙ୍କ ସହିତ ସମସ୍ତ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କ୍ରମରେ ଜଟଣୀ ରାଜାବଜାର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପୁର୍ବତନ କାଉନସିଲର ବିଷ୍ଣୁ ସାହୁଙ୍କ ଆତିଥ୍ୟରେ ଏହି ଜୟନ୍ତୀ ପାଳନ ହୋଇଥିବା ବେଳେ ଜଟଣୀର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନିରାଡାମ୍ବର ମଧ୍ୟରେ ଜୟନ୍ତୀ ଆୟୋଜିତ ହୋଇଥିଲା । ସେହିପରି ଶୁକ୍ରବାର ଏହି ଜୟନ୍ତୀ ଅବସରରେ ଆଇଆଇଟି ପରିସରରେ ସଛଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜା କୁମାରଙ୍କ ଆତିଥ୍ୟରେ ଏହି ସନ୍ଧତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ରିପୋର୍ଟ ସଞ୍ଜୀବ କୁମାର ।