
ଆସିକା,୨/୧୦ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ବ୍ୟାପି ଜନସଚେତନା ଅଭିଯାନ ପାଳିତ କରାଯାଇଛିl ଅକ୍ଟୋବର 2 ଠାରୁ ଆରମ୍ଭ କରି ନଭେମ୍ବର 2 ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ରାଜ୍ୟ ବ୍ୟାପି ଜନସଚେତନା ଅଭିଯାନ ପାଳନ କରାଯିବ l
ଆଜିର ଏହି ରାଜ୍ୟ ବ୍ୟାପି ଜନସଚେତନା ଅଭିଯାନରେ
ମାନ୍ୟବର ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ, ବିଜେଡି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ବିଜେଡି ରାଜ୍ୟ ଯୁବ ସମ୍ପାଦକ କୈଳାଶ ରଣା, ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ମନୋଜ ଦୋରା, ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସାବତ, ଅଜିତ ଚୌଧୁରୀ, ରାଜେଶ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ବସନ୍ତ ମହାନ୍ତି, ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ, ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡା, ଅନୀଲ ନାୟକ, କାଳଷଣ୍ଡପୁର ସରପଞ୍ଚ ଧନମାଳୀ ସିୟ, ବରଗାଁ ସମିତି ସଭ୍ୟ ଶିବ ନାହାକ, ନଳବଣ୍ଟା ସରପଞ୍ଚ ଭଗବାନ ପ୍ରଧାନ, ଜୟପୁର ସରପଞ୍ଚ ସଞ୍ଜୟ ଜେନା ଏବଂ ଜିତେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ l ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ୱାଇଁ ପୁଡୁକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଏକ ସଭା ମାଧ୍ୟମରେ ଲୋକ ମାନଙ୍କୁ ଉଦବୋଧନ ଦେଇ କରୋନା ବିଷୟରେ ସଚେତନ କରାଇ ଥିଲେ l ତାସହ ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ହସ୍ତରେ ତିନୋଟି ନୂତନ ପକଳ୍ପର ଶୁଭାରମ୍ଭ କରାଯାଇଥିଲା l
ରିପୋର୍ଟ : ଆସିକାରୁ କ୍ଷୀରୋଦ ଚନ୍ଦ୍ର ବେହେରା ।







