Saturday, November 14, 2026
Home ଆଞ୍ଚଳିକ ଦଳିତ ଝିଅ ମନୀଷା ବାଲ୍ମୀକିର ବଳତ୍କାରୀକୁ ତୁରନ୍ତ ଫାସି ସହ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦାବି...

ଦଳିତ ଝିଅ ମନୀଷା ବାଲ୍ମୀକିର ବଳତ୍କାରୀକୁ ତୁରନ୍ତ ଫାସି ସହ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦାବି ନେଇ ପ୍ରତିବାଦ

41

ବ୍ରହ୍ମପୁର,୦୨/୧୦{ଜିଲ୍ଲା ଖବର} : ଉତ୍ତରପ୍ରଦେଶର ହାଥରସରେ ଦଳିତ ଝିଅ ମନୀଷା ବାଲ୍ମୀକିଙ୍କୁ ଗଣ ବଳତ୍କାର କରି ହତ୍ୟା କରିଦିଆଯାଇଛି ଏହାର ମୃତ୍ୟୁରେ ସମଗ୍ର ଦେଶ କ୍ରୋଧିତ ଓ ଆନ୍ଦୋଳିତ ହୋଇଛି।ଏହି ଦଳିତ ଝିଅକୁ ବଳତ୍କାର କରି ତାଙ୍କ ଜିଭକୁ କାଟି ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତ ବିକ୍ଷତ କରଯାଇଥିଲା। ଯାହା ଦ୍ଵାରା ତାଙ୍କର ଦିଲ୍ଲୀର ହସ୍ପିଟାଲରେ ଗତଦିନ ତଳେ ମୃତ୍ୟ ହୋଇଥିଲା।ସବୁଠୁ ଦୁଃଖର ଓ ଲଜ୍ଜ୍ୟାର ବିଷୟ ତାଙ୍କ ଶବକୁ ପରିବାରକୁ ଦିଆଯାଇନଥିଲା ଉତ୍ତରପ୍ରଦେଶ ପୁଲିସ ନିଜେ ଶବ ସତ୍କାର କରିଥିଲା ବର୍ତ୍ତମାନ ସରକାର ଏହି ତଥ୍ୟକୁ ଲୁଚାଇବାକୁ ଏବଂ ଏହି ମାମଲାକୁ ଦବାଇବା ପାଇଁ ଷଡଯନ୍ତ୍ର ରଚୁଛି। ତେଣୁ ଆଜି ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏହାର ପ୍ରତିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ତରଫରୁ ବ୍ରହ୍ମପୁରର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ବିରୋଧ ପ୍ରଦର୍ଶନ କରଯାଇଥିଲା। ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚର ବିଭିନ୍ନ ବହୁଜନ ସମାଜର ସାମୁହିକ ମଞ୍ଚ ଏହି ବିରୋଧ ପ୍ରଦର୍ଶନରେ ମନୀଷା ବାଲ୍ମୀକିଙ୍କ ବଳତ୍କାରୀକୁ ଫାସି ଦିଆଯାଉ ଯାହା ସୁପ୍ରିମକୋର୍ଟ ନଜରରେ ସ୍ଵତନ୍ତ୍ର ତଦନ୍ତ କରି କରାଯାଉ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରୀ ଓ ପାଠପଢ଼ା ଖର୍ଚ୍ଚ ଉତ୍ତରପ୍ରଦେଶ ସରକାର ବହନ କରି ନ୍ୟାୟ ଦିଆଯାଉ। ଯେଉଁଭଳି ଭାବରେ ସାରା ଦେଶରେ ଦଳିତ, ଆଦିବାସୀ ଓ ସମସ୍ତ ବହୁଜନ ସମାଜର ନାରୀଙ୍କ ଉପରେ ବଳତ୍କାର ଓ ଧର୍ଷଣ ବଢିଚାଲିଛି ଏହା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ। ଏହି ସରକାର ନିର୍ବାଚନରେ ଦଳିତ ପ୍ରେମ ଦେଖାଇ ପରେ ଅତ୍ୟାଚାରୀଙ୍କ ଉପରେ ଶକ୍ତ କାର୍ଯ୍ୟକାରୀ ନକରି ସେମାନଙ୍କ ଫୁଲମାଳ ସହ ସ୍ଵାଗତ କରି ନିଜର ମହିଳା ବିରୋଧୀ ମାନସିକତାକୁ ପର୍ଦ୍ଦାଫାସ କରିଛି। ଏହି ବିରୋଧ ପ୍ରଦର୍ଶନରେ ଦେଶରେ ବଢୁଥିବା ମହିଳାଙ୍କ ଉପରେ ଅତ୍ୟାଚାର,ବଳତ୍କାର ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଥିଲେ। ଉକ୍ତ ବିରୋଧ ପ୍ରତିବାଦରେ ଜନ ଜାଗରଣ ଅଭିଯାନର ଆବାହକ ମଧୁସୁଦନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଭୋକଲି ସେଠୀ, ଦେବେନ୍ଦ୍ର ଘଡେଇ ,ଚିନ୍ତାମଣି ନାୟକ, କାମଦେବ ନାହକ, ସାଜିଦ ହୁସେନ, ସୁଧୀର ଦାସ, ସନ୍ଦେଶ ଦାସ, ରଞ୍ଜିତ ନାୟକ, ଶିବରାମ ସାହୁ,ନନ୍ଦ ମାଧଇ, ଗଗନ ମଲ୍ଲିକ, ଉମା ଦାସ ଜଗା ହାତୀ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ ଜ୍ୟୋତିର୍ମୟୀ ପାତ୍ର ।