
ବାଲିଗୁଡ଼ା,୨/୧୦(ଜିଲ୍ଲା ଖବର) : ଗାନ୍ଧୀ ଜୟନ୍ତୀ ତଥା ICDS ର ପ୍ରତିଷ୍ଠା ଦିବସ, ଏହି ପ୍ରତିଷ୍ଠା ଦିବସରେ ସିଡିପିଓ ଅନିତା କୁମାରୀ ଦାଶ , ଅଙ୍ଗନବାଡି କର୍ମୀ ନିରୁତା ନାୟକ ଓ ସୁପରଭାଇଜର ଙ୍କ ତତ୍ୱାବଧାନରେ ହାଟପଦା ସାହି ଓ ଗୁଳିମାରା ପଦା ର ଅଙ୍ଗନାବାଡି ସେଣ୍ଟର ଠାରେ ଦେଖିବାକୁ ମିଳିଛି ଗାନ୍ଧିଜୀ ଙ୍କ ପ୍ରିତିମୁର୍ତି ରେ ପୁଷ୍ପ ମାଲ୍ୟ, ଧୂପ, ଦୀପ ରେ ସଜାଯାଇଥିବା ଦୃଶ୍ୟ | ତାଳେ ତାଳେ ଛୋଟ ବଡ କୁନି ପିଲାଙ୍କୁ ନେଇ ପାଳିତ ହୋଇଛି ଗୀତ, ନାଚ ମାଧ୍ୟମରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ବେଶଧାରୀ ହୋଇଥିବା ର ଦୃଶ୍ୟ ଦେଖିବା କୁ ମିଳିଛି | ଏହି ପ୍ରତିଷ୍ଠା ଦିବସ ରେ ଅଙ୍ଗନାବାଡି ସେଣ୍ଟର ଠାରେ ପ୍ରତ୍ୟକ ପିଲାଙ୍କ ମୁହଁରେ ମାସ୍କ ବାନ୍ଧି ଗାନ୍ଧିଜୀ ଙ୍କର ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ ପତିତପାବନ ସୀତା ରାମ ବୋଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଛୋଟ କୁନି ପିଲାଙ୍କର ଗୀତ ନାଚ ଅତି ଉଚ୍ଚକୋଟୀର ଥିଲା |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।




