Home ଆଞ୍ଚଳିକ “ଇଷ୍ଟ କୋଷ୍ଟ ରେଲୱେ ଓମେନସ ୱେଲଫେୟାର ଅର୍ଗାନାଇଜେସନ” (ECORWWO) (ପୂର୍ବ ତଟ ରେଳଵାଇ ମହିଳା କଲ୍ୟାଣ...

“ଇଷ୍ଟ କୋଷ୍ଟ ରେଲୱେ ଓମେନସ ୱେଲଫେୟାର ଅର୍ଗାନାଇଜେସନ” (ECORWWO) (ପୂର୍ବ ତଟ ରେଳଵାଇ ମହିଳା କଲ୍ୟାଣ ସଙ୍ଗଠନ) ଦ୍ଵାରା ମହାତ୍ମା ଗାନ୍ଧୀଙ୍କ 151 ତମ ଜନ୍ମ ବାର୍ଷିକ ଉତ୍ସବରେ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର ର ସଦସ୍ୟମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ

56

ଖୋର୍ଦ୍ଧା,୨/୧୦(ଜିଲ୍ଲା ଖବର) : ମହାତ୍ମା ଗାନ୍ଧୀଙ୍କର 151 ତମ ଜନ୍ମ ବାର୍ଷିକୀ ଅବସରରେ ସମସ୍ତ COVID ନିର୍ଦ୍ଦେଶନାମା ଅନୁସରଣ କରି ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନ (ECORWWO) ର ସଭାପତି ଶ୍ରୀମତୀ ପୁଣି’ମା ସିଂହଙ୍କ ଅଧ୍ୟକ୍ଷତାରେ ଜଟଣୀ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ରରେ ଏକ ବୈଠକ ଆୟୋଜିତ ହୋଇଥିଲା।

କୁଷ୍ଠରୋଗରେ ପୀଡିତ ରୋଗୀଙ୍କ ପାଇଁ “ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର” ଏକ ସେବା ସହିତ ଚିକିତ୍ସା କେନ୍ଦ୍ର ଅଟେ।

ଏହି ଅବସରରେ ଶ୍ରୀମତୀ ସିଂହ “ଜାତିର ପିତା” ମହାତ୍ମା ଗାନ୍ଧୀଙ୍କର ଫଟୋରେ ପୁଷ୍ପ ମାଳା ଅର୍ପଣ କରିଥିଲେ ଏବଂ ଆରୋଗ୍ୟ କେନ୍ଦ୍ରର 50 ରୋଗୀଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ଏବଂ ସେମାନଙ୍କର ସୁସ୍ଥ ଜୀବନ କାମନା କରିଥିଲେ।

ରୋଗୀମାନଙ୍କ କଲ୍ୟାଣ ପାଇଁ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ମହିଳା କଲ୍ୟାଣ ସଂଗଠନ ପାଖରୁ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର ସର୍ବଦା ନୈତିକ ସହଯୋଗ ପାଇଥାଏ।

ଏହି ଅବସରରେ ECORWWO ର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ |

ରିପୋର୍ଟ ସଞ୍ଜୀବ କୁମାର ।