
ବାଲିଗୁଡା୨/୧୦ {ଜିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ବନବାସୀ ସେବା ସମିତି ଆନୁକୂଲ୍ୟରେ ଜରା ନିବାସ ଠାରେ ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ପାଳିତ ହୋଇଯାଇଛି | ଏହି ଜରା ନିବାସରେ ଥିବା ସମସ୍ତ ବୃଦ୍ଧ, ବୃଦ୍ଧା ମାନେ ଏକତ୍ରିତ ହୋଇ ଭାବ ପ୍ରବଣରେ କିଛି ଗୀତ ଓ ଭଜନ ର ଆୟୋଜନ କରାଯାଇଥିଲା | ସ୍ୱାସ୍ଥ୍ୟ ଉପରେ ଓ ବାର୍ଦ୍ଧକ୍ୟ ପରେ ସେମାନଙ୍କର ସେବା ସୄସୁସା ଉପରେ ବୁଝା ଯାଇଥିଲା | ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ମୁହଁରେ ମାସ୍କ ଥିବାର ଦେଖିବାକୁ ମିଳିଥିଲା | ବନବାସୀ ସେବା ସମିତି ର ସମ୍ପାଦକ ଉଛବ ଚନ୍ଦ୍ର ଜେନା, ସହସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, ଜରା ନିବାସ ର ପରିଚାଳକ ମାଧବ ଗମାଙ୍ଗ, କୋଡିନେଟର ରୋହିତ ମହାରଣା,ଅଫିସ ଇନଚାର୍ଜ ଖଗେନ୍ଦ୍ର ନାୟକ ପ୍ରଭୁତି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିଲେ |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



