
ଭଞ୍ଜନଗର,୧/୧୦(ଜିଲ୍ଲା ଖବର) : ଭଞ୍ଜନଗର ଥାନା ଅନ୍ତର୍ଗତ ବେତାର ଗ୍ରାମ ନିକଟରେ ବାଇକ ସହ ଅଟୋ ଧକ୍କା ହେବା ଫଳରେ ବିଷ୍ଣୁ ଦାସ(୪୨) ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କୁଲାଡ଼ ଗ୍ରାମର ବିଷ୍ଣୁ ଦାସ ଆଜି ଅପରାହ୍ନ ୪ଟା ସମୟରେ କୌଣସି ଏକ କାମରେ ଭଞ୍ଜନଗର ଆସୁଥିବା ବେଳେ ବେତାର ଗ୍ରାମ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ତାଙ୍କର ବାଇକ ଧକ୍କା ହୋଇଥିଲା। ଫଳରେ ବିଷ୍ଣୁ ବାଇକରୁ ପଡ଼ି ଗୁରୁତର ଆହତ ହୋଇଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଛି ।


