
ଆସିକା,୧/୧୦(ଜିଲ୍ଲା ଖବର) : ଜାତୀୟ ରୋଜଗାର ଦିବସରେ ଆସିକା ପଂଚାୟତ ସମିତି ପକ୍ଷରୁ କୋଭିଡ ସପ୍ତାହ ପାଳନ କରାଯାଇଛି | ସ୍କୁଲ ଛାତ୍ର ଛାତ୍ରୀ ଏବଂ ଅଂଚଳ ର ଆଶାକର୍ମୀ ମାନଙ୍କ ଦ୍ୱାରା ରାଲି ମାଧ୍ୟମରେ ଗ୍ରାମ ପରିଭ୍ରମଣ କରିବା ହାତରେ ବୋର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ମାସ୍କ, ସାନିଟାଇଜର ର ବ୍ୟବହାର ଏବଂ ଥଣ୍ଡା କାଶ ହେଲେ କୋଭିଡ ଟେଷ୍ଟ କରିବା ନେଇ ସଚେତନ ବାର୍ତ୍ତା ଦିଆଯାଇଥିଲା | ଉକ୍ତ ରାଲି ରେ ଆସିକା ଗୋଷ୍ଠୀ ଉରନୟନ ଅଧିକାରୀ ଶ୍ରୀ ରୋଶନ ଶତପଥି, ଏସିଷ୍ଟାଣ୍ଟ exicutive enginer ନାରାୟଣ ଚନ୍ଦ୍ର ସାହୁ ଯୋଗ ଦେଇ କର୍ମ ବିହୀନ ଲୋକଙ୍କୁ କାର୍ଯ୍ୟ ଯୋଗାଇଦେବା, ଏବଂ ଗ୍ରାମ ର ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟ ର ଅନୁଧ୍ୟାନ କରିବା ସହ କୋଭିଡ଼ ସଚେତନ ବାର୍ତ୍ତା ଦେଇଥିଲେ | ଜିଲ୍ଲା ପରିଷଦ ସଭ୍ୟ ଗୌରହରି ବେହେରା, ସମିତିସଭ୍ୟ ସନ୍ତୋଷ କୁମାର ନାୟକ, ସରପଞ୍ଚ ବିଜୟ କୁମାର ଦଳାଇ ପ୍ରମୁଖ ରାଲି ରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରାଇଛନ୍ତି | ପଂଚାୟତ ସମିତି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ପାଇ ବିଭିନ୍ନ ବୁଦ୍ଧିଯିବି ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି |
ରିପୋର୍ଟ ପବିତ୍ର ମୋହନ ମହାରଣା ।


