Thursday, October 15, 2026
Home ଆଞ୍ଚଳିକ ଅକ୍ଟୋବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ଅକ୍ଟୋବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

133

ବାଲିଗୁଡା,୧/୧୦ {ଜ଼ିଲ୍ଲା ଖବର} : ଅକ୍ଟୋବର ମାସକୁ ଦେଶର ପାର୍ବଣର ମାସ କୁହାଯାଏ । ଏହି ମାସରେ ଦୁର୍ଗାପୂଜା ବ୍ୟତିତ ଅନେକ ପର୍ବ ପଡିଥାଏ । ଏହି ପର୍ବ ପାଇଁ କିଛି ସ୍ଥଳରେ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ୍ ରହୁଥିବା ବେଳେ କିଛି କ୍ଷେତ୍ରରେ ଏସବୁ ସହିତ ବ୍ୟାଙ୍କ୍ ବି ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୦ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ୍ ଛୁଟିର ତାଲିକା ଜାରି କରିଛନ୍ତି। ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ, ୪ ତାରିଖ ରବିବାର, ୧୦ ତାରିଖ ଦ୍ୱିତୀୟ ଶନିବାର, ୧୧ ରବିବାର, ୧୭ ତାରିଖ କାଟି ବିହୁ, ୧୮ ତାରିଖ ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ସମୁହ ଛୁଟି ରହିବ । ଅକ୍ଟୋବର ୨୩ ମହାସପ୍ତମୀ , ସେହିଭଳି ଅକ୍ଟୋବର ୨୪ ଦୁର୍ଗା ମହାଷ୍ଟମୀ ଓ ମାସର ଶେଷ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୫ ରବିବାର, ୨୬, ବିଜୟା ଦଶମୀ, ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁର୍ଗାପୂଜା, ଅକ୍ଟୋବର ୨୯ ମହମ୍ମଦ ଜୟନ୍ତୀ କାରଣରୁ ବ୍ୟାଙ୍କ୍ ବନ୍ଦ ରହିବ| ସେହିଭଳି ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାକୁ ବାଦ ଦେଲେ ଅନ୍ୟସବୁ ଦିନ ସାମୁହିକ ଭାବେ ବ୍ୟାଙ୍କ ଖୋଲାରହିବ |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ