
ଜଟଣୀ,୧/୧୦(ଜିଲ୍ଲା ଖବର) : ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ସଂସ୍ଥାନ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ( ନାଇଜର)ର ପ୍ରଫେସର ବେଦାଙ୍ଗଦାସ ମହାନ୍ତି ଆମେରିକାନ୍ ଫିଜିକାଲ ସୋସାଇଟିର ଫେଲୋ ପାଇଁ ମନୋନୀତ ହୋଇଛନ୍ତି । ପଦାର୍ଥ ବିଜ୍ଞାନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ଫେଲୋସିପ ପାଇଁ ଚୟନ କରାଯାଇଛି । ୨୦୧୯ ମସିହାରେ ପ୍ରଫେସର ମହାନ୍ତି ସୁଇଜରଲ୍ୟାଣ୍ଡର ସଠାରେ ଗବେଷଣାରତ ଥିଲେ ।ଏତଦ୍ ବ୍ୟତୀତ ପ୍ରଫେସର ମହାନ୍ତି ଜାତୀୟ ସ୍ତରରେ ବିଜ୍ଞାନର ସମସ୍ତ (୩ଟି) ଯଥା: ଇନ୍ସ, ଆଇ ଏ. ଏସ୍, ଏବଂ ଏନ୍.ଏ ଏସ୍. ଆଇ ଏକାଡେମୀର ଫେଲୋ ଅଛନ୍ତି ତତ୍ ସଂଗେ ସଂଗେ ସେ ମଧ୍ୟ ଜେ.ସି ବୋସ୍ ର ନ୍ୟାସନାଲ ଫେଲୋ ପାଇଁ ୨୦୧୬ରେ ମନୋନୀତ ହେବା ସଂଗେ ସଂଗେ ବିଜ୍ଞାନ କ୍ଷେତ୍ରରେ ସେ ଅନେକ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ସେ ୨୦୧୫ ମସିହାରେ ଭାରତୀୟ ବିଜ୍ଞାନର ସର୍ବୋଚ୍ଚ ସମ୍ମାନ ଶାନ୍ତି ସପ ଭଟ୍ଟନାଗର ପୁରସ୍କାର ପାଇଥିଲେ । କଟକର ତୁଳସୀପୁରଠାରେ ଜନ୍ମିତ ପ୍ରଫେସର ମହାନ୍ତି ଅଧୁନା ନାଇଜରର ଡିନ୍ ତଥା ପଦାର୍ଥ ବିଜ୍ଞାନର ପ୍ରଫେସର ଭାବେ କାର୍ଯ୍ୟରତ ଅଟନ୍ତି ।
ରିପୋର୍ଟ ସଞ୍ଜୀବ କୁମାର ।



