
ବାଲିଗୁଡା,୩୦/୯(ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦରିଗାଁ ନିକଟ ଖଡଗନଦୀ ପୋଲୋ ଠା ରେ ପୋଲିସର ପେଟ୍ରୋଲିଙ୍ଗ ଚାଲିଥିଲା ବେଳେ ଏସଆଇ ଦୀପକ କୁମାର ରାଉତ ଗୋଟିଏ ବାଜାଜ ଅଟୋ ଗାଡ଼ିରୁ 30 କେଜି 400 ଗ୍ରାମ ଗଞ୍ଜେଇ ଜବତ କରିଥିଲେ | ଗାଡି ର ନମ୍ବର OD12ସି 2756 ବୋଲି ଜଣା ପଡିଛି | ପୋଲିସ ଗାଡ଼ିଟିକୁ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଥିଲେ | ଏହି ଗିରଫ 2 ଜଣ ହେଲ ଗୋହିବାଲି ଅଂଚଳ ର ବିକାଶ କୁମାର ନାୟକ ଏବଂ ନୁଆସାହି ର ମଧୁସୂଦନ ରାଉତ ବୋଲି ଜଣାଯାଇଛି | କେଶ ନମ୍ବର 175/20 under NDPS act ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି |
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



