
ବ୍ରହ୍ମପୁର/ ରମ୍ଭା,୩୦/୯(ଜିଲ୍ଲା ଖବର) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଗାୟତ୍ରୀ ପୀଠ ପ୍ରାଙ୍ଗଣରେ ଖଲ୍ଲିକୋଟ ର ଡ଼. ଏପି ଜେ ଅବଦୁଲ କଲାମ ଜନକଲ୍ୟାଣ ପରିଷଦ ଓ ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟ ଆସୋସେସନ ର ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ଓ ସଚେତନତା ସଭା ହୋଇଥିବା ବେଳେ ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଯୁଗ୍ମ ସାମ୍ବାଦିକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜିତ କୁମାର ବେହେରାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ରୂପକ ମାନପତ୍ର ଦେଇ ସମ୍ମାନିତ ହୋଇଯାଇଛି ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା, ମୁଖ୍ୟ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ସମାଜ ସେବୀ ସୁବାଷ ଚନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତା ରୁପେ ବିଶିଷ୍ଟ ଶିକ୍ଷାବିତ ତଥା ପ୍ରକୃତି ବନ୍ଧୁ ବିଜୟ କୁମାର ବିଶ୍ବାଳ ସାମ୍ମାନୀତ ଅତିଥି ରୂପେ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଯୋଗଦେଇଥିଲେ ।ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଆନୁଷ୍ଠାନିକ ସଂଗଠନ ମାଧ୍ୟମରେ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ତାଙ୍କୁ ପ୍ରକୃତ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗର ଲୋକେ, ମହିଳା ସଂଘ ର ସଦସ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶେଷଦେଵ ବେହେରା,ଅଞ୍ଜନା ବେହେରା ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗର ଲୋକେ, ମହିଳା ସଂଘ ର ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।


