Saturday, November 14, 2026
Home ଆଞ୍ଚଳିକ ଜୁଆ ଆଡ଼ା ଉପରେ ଚଢ଼ାଉ , ୬ ଗିରଫ

ଜୁଆ ଆଡ଼ା ଉପରେ ଚଢ଼ାଉ , ୬ ଗିରଫ

40

ଭଞ୍ଜନଗର,୨୯/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କ ଠାରୁ ନଗଦ ୧୮୬୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଏ ନେଇ କେସ ନମ୍ବର ୫୨୦/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।