Thursday, November 12, 2026
Home ଆଞ୍ଚଳିକ କୁଲାଡ ବ୍ୟାଘ୍ର ଦେବୀ ମନ୍ଦିର ହୁଣ୍ଡି ଚୋରି ଘଟଣାରେ ୨ ଗିରଫ

କୁଲାଡ ବ୍ୟାଘ୍ର ଦେବୀ ମନ୍ଦିର ହୁଣ୍ଡି ଚୋରି ଘଟଣାରେ ୨ ଗିରଫ

40

ଭଞ୍ଜନଗର୨୯/୯(ଜିଲ୍ଲା ଖବର) : ଭଞ୍ଜନଗର ଥାନା ଅନ୍ତର୍ଗତ ପ୍ରସିଦ୍ଧ କୁଲାଡ଼ ମା’ ବ୍ୟାଘ୍ର ଦେବୀ ମନ୍ଦିର ହୁଣ୍ଡି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏଥି ସହ ସେମାନଙ୍କ ଠାରୁ ହୁଣ୍ଡି ଓ ୪ହଜାର ୧୬୪ ଟଙ୍କା ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ମନ୍ଦିର ପୂଜକ ଓମ୍ ପ୍ରକାଶ ପାଢ଼ୀ ଓ ରଞ୍ଜନ ମହାରଣା। ମନ୍ଦିର କମିଟି ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ଲିଖିତ ଏତଲା କ୍ରମେ ପୋଲିସ ୫୧୮ /୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଉଭୟ ଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।