Home ଆଞ୍ଚଳିକ ୟୁଥକ୍ଳବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ୟୁଥକ୍ଳବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

57

ଜଟଣୀ,୨୮/୯(ଜିଲ୍ଲା ଖବର) : ଜଟଣୀ ୟୁଥ୍ କ୍ଲବ୍ ପକ୍ଷରୁ ସ୍ଥାନୀୟ ପାଇକରାୟପୁରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ୍ ହୋଇଯାଇଛି । ମହାମାରୀ କରୋନାକୁ କିପରି ମୁକାବିଲା କରି ଲୋକମାନେ ସେଥିରୁ ମୁକ୍ତି ପାଇବେ ତାହା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ସଂଘର ଉପଦେଷ୍ଟା ଯୋଗେଶ ନାୟକ କହିଛନ୍ତି । ଏହି ଅବସରରେ ଶ୍ରମିକମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିବା ବେଳେ ସମାଜସେବା କ୍ଷେତ୍ରରେ ସାହିତ୍ୟିକ ତଥା ସଂଗଠକ ନରେନ୍ଦ୍ର ମୁଦୁଲି ଓ ସମାଜସେବୀ ମହମଦ କରାମ ଏବଂ ଲିଙ୍ଗରାଜ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ଆଇନ ପରାମର୍ଶଦାତା ଶିବୁ ରଥ, ସଭାପତି ପ୍ରଦୀପ୍ତ ମାର୍ଥୀ, ସମ୍ପାଦକ ନବୀନ ମହାପାତ୍ର,ଉପସଭାପତି ମନୋଜ ବାରିକ,ସହସମ୍ପାଦକ ସନାତନ ନାୟକ,ସଂଯୋଜକ ଅରୁପାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।