Saturday, November 14, 2026
Home ଆଞ୍ଚଳିକ ସଫେଇ କର୍ମଚାରୀ ଓ ଫାର୍ମାସିଷ୍ଟ ଅଟକାଇଲେ ଦୁଇ ପୌରନିର୍ବାହୀଙ୍କୁ, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ସଫେଇ କର୍ମଚାରୀ ଓ ଫାର୍ମାସିଷ୍ଟ ଅଟକାଇଲେ ଦୁଇ ପୌରନିର୍ବାହୀଙ୍କୁ, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

28

ଜଟଣୀ,୨୮/୯(ଜିଲ୍ଲା ଖବର) : ଜଟଣୀ ପୌର ପରିଷଦର କାର୍ଯ୍ୟରତ ସଫେଇ କର୍ମଚାରୀମାନେ ସେମାନଙ୍କର ପ୍ରାପ୍ୟ ପାଇବା ଦାବିରେ ସୋମବାର ସଂଧ୍ୟାରେ ପୁର୍ବତନ ଓ ନୂତନ ପୌରନିର୍ବାହୀ ଅଧିକାରୀଙ୍କୁ ଅଟକାଇବା ସହ ଧାରଣାରେ ବସିଥିଲେ T ପୁର୍ବତନ ପୌରନିର୍ବାହୀ ତପନ କୁମାର ମହାପାତ୍ର ପୌର କର୍ମଚାରୀମାନଙ୍କୁ ଷ୍ଟାଫ କମଥିବା ନେଇ ୩୯ଜଣ ନୂତନ କର୍ମଚାରୀ କାମରେ ଲଗାଇବାକୁ କହିଥିଲେ । ତେବେ ଏନେଇ ସଫେଇ କର୍ମଚାରୀ ସଂଘର ସଭାନେତ୍ରୀ ୩ଜଣ ସଫେଇ କର୍ମଚାରୀମାନଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରିଥିଲେ । ମାତ୍ର ଆଜି ପୁର୍ବତନ ପୌରନିର୍ବାହୀ ଶ୍ରୀ ମହାପାତ୍ର ନୁତନ ପୌରନିର୍ବାହୀଙ୍କୁ ଚାର୍ଜ ଦେବାକୁ ଆସିଥିବା ବେଳେ ପ୍ରଥମେ ଦିର୍ଘ ଦିନରୁ ଆମରଣ ଅନଶନରେ ବସିଥିବା ଫାର୍ମାସିଷ୍ଟ ବିଣ୍ଟୁ ମିଶ୍ର କାରଟିକୁ ଅଟକାଇଥିଲେ । ମାତ୍ର ଏଥିରେ ନୂତନଭାବେ ଦାୟିତ୍ବ ନେଇଥିବା ପୌରନିର୍ବାହୀଙ୍କ ପ୍ରତିଶୃତି ପରେ ଏହାର ଏକପ୍ରକାର ସମାଧାନ ହୋଇଥିଲା । ସେହିପରି ପୌରକାର୍ଯ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ବସିଥିବା ଶତାଧିକ ସଫେଇ କର୍ମଚାରୀ ଦୁଇ ପୌରନିର୍ବାହୀଙ୍କୁ ଅଟକାଇ ସେମାନଙ୍କ ପ୍ରାପ୍ୟ ପାଇଁ ଦାବି କରିଥିଲେ । ଖବରପାଇ ଜଟଣୀଥାନା ପୁଲିସ ଘଟଣା ସ୍ଥଳରେ ପହଁଚିଥିଲା । ଦିର୍ଘ ସମୟର ସଂଘର୍ଷ ପରେ ନୁତନ ପୌରନିର୍ବାହୀ ସେମାନଙ୍କର ପ୍ରାପ୍ୟ ଦେବାଲାଗି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୁଚନାଯେ, ଗତମାସ ୫ ତାରିଖରେ କଟଣୀ ପୌରପରିଷଦ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀମାନଙ୍କ ଇପିଏଫ ଓ ଇଏସଆଇ ମିଳିନଥିବାରୁ ଏହାର ପ୍ରତିବାଦରେ ଦୁଇଦିନ ବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରି କାର୍ଯ୍ୟାଳୟ ସମୁଖରେ ଧାରଣାରେ ବଘିଥିଲେ । ଏହା ସହିତ ପ୍ରତିବାଦର ସୀମା ଉଲଙ୍ଘନ କରି ପୌରପରିଷଦ ମରେଥିବା ଆସୁଲାନ୍ସ ଓ ମହାମାରୀ ସମୟରେ ବିଭିନ୍ନ ଅଂଚଳରେ ବିଶୋଧନ କରୁଥିବା ଗାଡିକୁ ଅଟକାଇଦେଇଥିଲେ.ଉକ୍ତ ସଫେଇକର୍ମଚାରୀମାନଙ୍କ ପ୍ରାପ୍ୟ ପାଇବାଦାବିରେ ବିଭିନ୍ନ ସମୟରେ ଏହିପରି କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଆସୁଛି । ଫଳରେ ଜଟଣୀ ସହରଟି ବିଭିନ୍ନ ସମୟରେ ଆବର୍ଜନା ମୟହୋଇଥିବା ଦେଖିବାକୁ ମିଳିଛି । ଜଟଣୀ ପୌରପରିଷଦ ମଧ୍ୟରେ ଅସ୍ଥାୟୀ ସଫେଇକର୍ମଚାରୀଭାବେ ୧୩୯ଜଣ କାର୍ଯ୍ୟ କରିଆସୁଛନ୍ତି । ତେବେ ଏନେଇ ପୌରନିର୍ବାହୀ ତପନ କୁମାର ମହାପାତ୍ର କୁହନ୍ତି, ମହାମାରୀ କୋଭିତ ସମୟରେ ଆନ୍ଦୋଳନ ଓ ଧାରଣା ଭଳି ପ୍ରତିବାଦ ଯଥାର୍ଥ ନୁହେଁ । ସେମାନଙ୍କୁ ଠିକସମୟରେ ଦରମା ପ୍ରଦାନ କରାଯାଉଛି । କରୁଥିବା ଅଭିଯୋଗ ବହୁ ପୁରୁଣା ଅଟେ । ମହାମାରୀ ସମୟରେ ସକ୍ସ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟାଳୟ ଚାଲିଛି । ତେଣୁ କାର୍ଯ୍ୟରେ ବିଳମ୍ବ ଘଟୁଛି । ଦାବି ହୋଇଥିବା ପିଏଫ ଟଙ୍କା ପାଇଁ ଦୁଇଦିନ ମଧ୍ୟରେ ଚାଲାଣ କରାଯାଉଛି । ଯଥାଶିଘ୍ର ଟଙ୍କା ପାଇପାରିବେ ବୋଲି କହିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।