
ଜଟଣୀ,୨୮/୯(ଜିଲ୍ଲା ଖବର) : ମେକ ଇନ ଇଣ୍ଡିଆ ମାଧ୍ୟମରେ ଆମ୍ଭ ନିର୍ଭର ଭାରତ ଯୋଜନାକୁ ସଫଳ ରୂପାୟନ ଦେଇଛି ଜଟଣୀ ସହରରେଥିବା ସ୍ଵସ୍ତି କନସେପ୍ତ ସ୍କୁଲ ଓ ସ୍ଵସ୍ତି କ୍ୟାରିୟର ପଟ । ଲୋକମାନଙ୍କୁ ସେବା ଯୋଗାଇବା ସହିତ ନିଜେ ଆମୁନିର୍ଭରଶିଳ ହେବା ପାଇଁ ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ସ୍ବତନ୍ତ୍ର ଶିକ୍ଷା । ଉଚ୍ଚ ଶିକ୍ଷିତମାନଙ୍କୁ ଆଜିକାଲି ଚାକିରୀ ମିଳିବା ଏକ ପ୍ରକାର ଅନିଶ୍ଚିତତା ହୋଇଯାଇଛି । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଶିକ୍ଷିତ ବେକାରୀମାନଙ୍କ ପାଇଁ କୌଣସି ଆତ୍ମ ନିର୍ଭରଶିଳ ବ୍ୟବସ୍ଥା କରାଯାଉନଥିବା ବିଭିନ୍ନ ମହଲରେ ପ୍ରତିକ୍ରୀୟା ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ମହାମାରୀ କରୋନା ବିପତି ସମୟରେ ସରକାରଙ୍କ ପକ୍ଷରୁ ଲକଡାଉନ ବାରମ୍ବାର ଜାରି କରାଯାଉଛି । ଏଥି ମଧ୍ୟରେ ଧିରେଧିରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ହେବାରେ ଲାଗିଲାଣି । ଏପରି ମହାମାରୀ ସମୟରେ କୋହିତ ଭ୍ୟକ୍ତିନ ନ ମିଳିବା ହେତୁ ଲୋକମାନଙ୍କ ଜିବନପ୍ରତି ଏକପ୍ରକାର ବିପଦ ଆଶଙ୍କା ସୃଷ୍ଟି କରିଛି । ତେବେ ଏନେଇ ସରକାର ମାୟ, ସାନିଟାଇଜର ଇତ୍ୟାଦିକୁ ଗୁରୁତ୍ବ ଦେଇଛନ୍ତି । ସାନିଟାଇଜର ଦ୍ଵାରା ମହାମାରୀ ସଂକ୍ରମଣରୁ ଲୋକମାନେ ବର୍ତ୍ତିଯାଇ ପାରିବେ । ଏହାକୁ ଦୃଷ୍ଟିରେ ରଖି ଜଟଣୀ ସହରରେଥିବା ସ୍ବପ୍ତି କନସେପ୍ତ ସ୍କୁଲରେ + ୨ ସିବିଏସି ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଆତ୍ମ ନିର୍ଭର ଭାରତ ଉକ୍ତିକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ନିଜ ଜ୍ଞାନ କୌଶଳରେ ସାନିଟାଇଜର ପ୍ରସ୍ତୁତ ପ୍ରକ୍ରୀୟାରମ୍ଭ କରିଛନ୍ତି ସରକାରଙ୍କ ମେକ ଇନ ଇଣ୍ଡିଆ କୁ ସଫଳ ରୂପାୟନ ଦେଇଛନ୍ତି ଅଧୟନରତ ଛାତ୍ରଛାତ୍ରୀମାନେ । ଦିର୍ଘ ୩ ଇଂଟାର ଅକ୍ଲାନ୍ତ ପରିଶ୍ରମରେ ମହାମାରୀ କରୋନା ସଂକ୍ରମଣ ସମୟରେ ଜଟଣୀବାସୀଙ୍କ ଉସୂର୍ଗ ଉର୍ଦ୍ଦେଶ୍ୟରେ ସାନିଟାଇଜର ପ୍ରସ୍ତୁତ କରି ଏକ ଜୁଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ସୁସ୍ତି କ୍ୟାରିୟର ପଟ ଓ ସ୍ଵସ୍ତି କନସେପ୍ତ ସ୍କୁଲର ପ୍ରତିଷ୍ଠାତା ତଥା ଅଧକ୍ଷ ହେମନ୍ତ କୁମାର ସୁନ୍ଦରାୟ ମହାମାରୀ କରୋନା ସମୟରେ ହୋଇଥିବା ଲକଡାଉନରେ ଅସହାୟ ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଦ୍ୟପଦାର୍ଥ ଯୋଗାଇ ନିଜକୁ ସେବାର ସରୋଷ୍ଟି ପାଇଥିଲେ । ଅନ୍ୟ ପକ୍ଷରେ ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବାପାଇଁ ବଜାରରେ ମିଳୁଥିବା କେତେକ ବ୍ରାଣର ସାନିଟାଇଜର ଲୋକମାନଙ୍କପ୍ରତି ବିପଦ ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଜନସାଧାରଣମାନଙ୍କୁ ସରକାରଙ୍କ ନିୟମାନୁଯାୟୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଡଭାଇଜରୀକୁ ଗୁରୁତ୍ବଦେଇ ସାନିଟାଇଜର ପ୍ରସ୍ତୁତ କରି ନିଶୁଳ୍ପ ସେବା ଯୋଗାଇବାଲାଗି ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ଲୋକମାନଙ୍କୁ ଅସଲି ସାନିଟାଇଜର ଯୋଗାଇ ସମାଜସେବାରେ ନିୟୋଜିତ ହେବା ସହିତ ନିଜେ ଆତ୍ମ ନିର୍ଭରଶିଳ ହେବାଲାଗି ପ୍ରୟାସ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଦେଇଥିବା ପ୍ରେରଣା ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଏହାକୁ ଭିତିକରି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ହୋମ ସାନିଟାଇଜର ଏବଂ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରାଯାଇଛି । ଏନେଇ ସ୍କୁଲ ପରିସରରେ ଏକ ଲାବୋରେଟରୀ ଖୋଲାଯାଇଥିଲା । ଛାତ୍ରଛାତ୍ରୀମାନେ ସାନିଟାଇଜର ତିଆରି କରିବା ଆରମ୍ଭ କରିଥିଲେ । ପ୍ରସ୍ତୁତ ରଗୁଡିକୁ ବିଭିନ୍ନ ଓଡିଆ ଇଂରାଜୀ ବିଦ୍ୟାଳୟ,ମହାବିଦ୍ୟାଳୟ,ବୈଶୟୀକ ବିଦ୍ୟାଳୟ,ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନଗୁଡିକରେ ନିଶୁଳ୍ପ ପ୍ରଦାନ କରାଯାଇଛି । ଏନେଇ ଉକ୍ତ ସ୍କୁଲ ପରିସରରେ ଏକ ଅସ୍ଥାୟୀ ରିସର୍ଚ ସଂଟର ପ୍ରସ୍ତୁତ କରାଯାଇଥିଲା । ଏଥିରେ
ଅତିଥୀଭାବେ ନାଇଜର ରିସର୍ଚ ସଂଟରରୁ ଡାଦାନିସ ଇକବାଲ, ରିସର୍ଚ୍ଚ ସ୍କଲାର ସଂଜୟ ମହାରଣା ଏବଂ ବିଦ୍ୟାଧର ଦାସ ପ୍ରମୁଖ ଯୋଗଦେଇଥିଲେ । ଉତମ ସାନିଟାଇଜର ପ୍ରସ୍ତୁତ କରିବାଲାଗି ଆବଶ୍ୟକିୟ ରାସାୟନିକ ପଦାର୍ଥ ତଥା
ଆଇସୋପ୍ରୋପାନଲ ହାଇଡ୍ରୋଜେନ ପାରାକ୍ରାଇଡ,ଗ୍ରାଇରୋଲ,ଡିଷ୍ଟିଲ୍ ଔଟର, ବ୍ୟରେଟ ପିପେଟ, ସୋଡିୟମ
ହାଇଡ୍ରୋକ୍ଲୋରାଇଡ ଇତ୍ୟାଦି ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସ୍ଥି କନସେପ୍ତ ସ୍କୁଲ ଲେବଲ ଥିବା ବୋତଲ ମଧ୍ୟ ବ୍ୟବହାର କରାଯାଇଛି । ଜଟଣୀ ଅଂଚଳରେ ଅନେକ ବୈଷୟୀକ ଓ ବିଜ୍ଞାନଭିତିକ ସ୍କୁଲ ରହିଥିଲେ ମଧ୍ୟ ସ୍ବସ୍ତି କନସେପ୍ତ ସ୍କୁଲ ଏକମାତ୍ର ସ୍କୁଲ ଯାହା ପ୍ରଥମଥର ପାଇଁ ଲୋକମାନଙ୍କ ସେବାରେ କାର୍ଯ୍ୟାରମ୍ଭ କରିଛି । ଏହି ଖବର ପୁଚାରପରେ ଅନେକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉକ୍ତ ସ୍କୁଲକୁ ଆସିଥିଲେ.
ରିପୋର୍ଟ ସଞ୍ଜୀବ କୁମାର ।


