
ବାଲିଗୁଡା,୨୮/୯ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଉନେଶ ନାୟକ। ସେ ଜଣେ କନଷ୍ଟେବଲ ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବଡେନାଜୁ ଗ୍ରାମରେ | ଉନେଶ ନାୟକ ଦାରିଙ୍ଗବାଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ସେ କରୋନାରେ ଆକ୍ରାନ୍ତ ହେବା ପରେ ଫୁଲବାଣୀ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି | ରବିବାର ଦୀନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଓ ଏସ୍ପି ଭିନିତ ଅଗ୍ରୱାଲଙ୍କ ସମେତ ବହୁ ପୁଲିସ ଅଧିକାରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତା’ପରେ ତାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



