କୋଦଳା: ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଯୁବ-ଛାତ୍ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

24

କୋଦଳା/ପୋଲସରା, (ଗୁଲସନ କୁମାର କର) : ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଜିଲ୍ଲାସ୍ତରୀୟ ଯୁବ ଓ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତେକ ବ୍ଲକରୁ ଯୁବ-ଛାତ୍ର ଯୋଗ ଦେବା ସହ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣଚନ୍ଦ୍ର ପାଢୀ, ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ ମହାନ୍ତି,ଗଞ୍ଜାମ ଜିଲ୍ଲା ସଂଗଠକ ବିଭୁଦେନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ଜିଲ୍ଲା ସ୍ତରୀୟ ଯୁବ ଓ ଛାତ୍ର ଚୟନ କରିବା ସହ ସୁବାଷ ଚନ୍ଦ୍ର ବୋଷଙ୍କ ଜିବନୀ ଓ କାଯ୍ୟଶୈଳୀ ଉପରେ ଉଦବୋଧନ ଦେଇଥିଲେ।


ଏଥିରେ ସର୍ଵସମ୍ମତି କ୍ରମେ କ୍ଷୀରସିନ୍ଧୁ ମହାନ୍ତି ଜିଲ୍ଲା ଛାତ୍ର ସଭାପତି ଓ ଗୁଲସନ୍ କୁମାର କର ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। ଏବଂ ଅଲ ଇଣ୍ଡିଆ ୟୁଥ ଲିଗର ଜିଲ୍ଲା ସଭାପତି ଭାବେ ମିଥୁନ ବେହେରା ଓ ସମ୍ପାଦକ ଭାବରେ ସୁବ୍ରତ ବେହେରାଙ୍କୁ ମନୋନୀତ କରାଯାଇଥିଲା।ଏହାସହିତ କିଭଳି ଛାତ୍ର ସଂଗଠନ ଓ ୟୁଥଲିଗକୁ ସୁଦୃଢ଼ କରାଯାଇପାରିବ ସେଉପରେ ମଧ୍ୟ ଆଲୋଚନା କରିଥିଲେ।

ଯୁବପିଢି କିପରି ଶିକ୍ଷା ଲାଭ କରି ବେକାରୀ ହୋଇ ବୁଲୁଛି, ଶାସନରେ ଥିବା ନେତା ମାନେ କିଭଳି ଜନସାଧାରଙ୍କୁ ଲୁଟିଛନ୍ତି , ଯୁବପୀଢ଼ିଙ୍କ ମନରେ କିଭଳି ମିଛ ପ୍ରହେଳିକା ସୃଷ୍ଟି କରାଯାଉଛି ତାହା ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନେବା ସହ ଦୂରିକରଣ କରାଯାଇପାରିବ ପ୍ରେସ ମିଟ ରେ ଜଣାଇଥିଲେ।