Saturday, November 14, 2026
Home ଆଞ୍ଚଳିକ ଆସିକା ବ୍ଳକ୍ ଠାରେ କୋଭିଡ୍ ସପ୍ତାହ ପାଳନ

ଆସିକା ବ୍ଳକ୍ ଠାରେ କୋଭିଡ୍ ସପ୍ତାହ ପାଳନ

46

ଆସିକା,୨୮/୯(ଜିଲ୍ଲା ଖବର) : ଗଞାମ ଜିଲ୍ଲା ଆସିକା ଠାରେ ଜିଲ୍ଲା ସ୍ତରିୟ କୋଭିଡ୍ ସପ୍ତାହ ୨୪ ଅକ୍ଟୋବର ଠାରୁ ଆରମ୍ଭ କରି ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଅଛି ।ଏହି ସପ୍ତାହ ପାଳନ ର ଅଭିମୁଖ୍ୟ ହେଲା କୋଭିଡି ସଚେତନତା କାର୍ଯ୍ୟକୁ ବ୍ୟାପକ କରି ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ l ଆଜି ହେଉଛି କୋଭିଡି ସପ୍ତାହର ଚତୁର୍ଥ ଦିନ, ଏବଂ ଆଜିର ଏ ଚତୁର୍ଥ ଦିନ ଅବସରରେ ଆସିକା ବ୍ଳକ୍ ଗୋଷ୍ଠି ଉନ୍ନୟନ ଅଧିକାରି ରୋସନ କୁମାର ଶତପଥିଙ୍କ ନେତୃତ୍ୱରେ ମାସ୍କ ବଣ୍ଟନ କରିଥିଲେ l ସାଧାରଣ ଜନତାଙ୍କୁ ସଚେତନ କରାଇବା ସହ ଆସିକା ସହରର କିଛି ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ କରୋନା ଉପରେ ସଚେତନ କରିଥିଲେ ।ଏହି ସଚେତନ କାର୍ଯ୍ୟକ୍ରମକୁ ଆସିକା ବ୍ଳକ୍ ର ସ୍ୱଛ ଭାରତ ମିଶନ (ଗ୍ରାମିଣ)ର ଜି.ପି.ମନିଟର ମାନେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ -RWSS କନିଷ୍ଠ ଯନ୍ତ୍ରୀ ଶ୍ରୀ ଶ୍ରିନିବାସ ରାଓ,କନିଷ୍ଠ ଯନ୍ତ୍ରି ନିଗମା ନନ୍ଦ ନାୟକ,B R C ସନ୍ତୋଷିନି ପ୍ରସାଦ, ବିକ୍ରମ ପ୍ରଧାନ ଜିପି ମନିଟର ଭଗବାନ ସ୍ୱାଇଁ,ସାଗର ପାତ୍ର,କାଳୁଚରଣ ପାତ୍ର,ତାରିଣି ଚରଣ ଭୂୟାଁ,ତୋଫାନ ସେଠି,ସନାତନ ପଣ୍ଡା,ନମ8 ଶିବାୟ ଆଚାରି,ପୂର୍ଣିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l