Saturday, November 14, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ...

ଗଞ୍ଜାମ ଜିଲ୍ଲା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ

172

ଛତ୍ରପୁର,୨୮/୯(ଜିଲ୍ଲା ଖବର) : କରୋନା ମହାମାରୀ ସମୟରେ ଜିଲ୍ଲାରେ ସମସ୍ତ ବର୍ଗର ବ୍ୟବସାୟଙ୍କଠାରୁ ଆରମ୍ଭ କରି ଲୋକମାନେ ଜୀବନଜୀବିକା ହରାଇ ବସାଇଛନ୍ତି । ବର୍ତମାନ ପରିସ୍ଥିତିରେ ଜିଲ୍ଲାରେ କରୋନା ସ୍ଥିତି ବିରୋଧରେ ସୁଧାର ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଆକ୍ରମଣଙ୍କ ସଂଖ୍ୟା ଶୂନ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗାଇଡଲାଇନ ଅନୁସାରେ ଜିଲ୍ଲାରେ ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ ନିୟମାବଳି ମାନିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳରେ ରହିଥିବା ଲାଇଟ ଆଣ୍ଡ ସାଉଣ୍ଡରେ ବ୍ୟବସାୟ କରୁଥିବା ମାଲିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଗତି କରୁଛନ୍ତି । ତେଣୁ ସେମାନଙ୍କ ଜୀବନଜୀବିକା କିପରି ସୂଚାରୁ ରୂପେ ତୁଲାଇ ପାରିବେ, ସେଥିନିମନ୍ତେ ଗଞ୍ଜାମ ଜିଲ୍ଲାର ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ଦାବି କରିଛନ୍ତି । ଦୀର୍ଘ ୫ ମାସ ହେଲା କରୋନା ମହାମାରି ଯୋଗୁଁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ଏବଂ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ କାର୍ଯ୍ୟରେ ନିୟୋଜିତ ହୋଇଥିବା ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ନିଜର ଧନ୍ଦାମୂଳକ କାର୍ଯ୍ୟରୁ ନିବୃତ ରହି ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି । ସେମାନେ ସେମାନଙ୍କ ପରିବାର ଚଳାଇବା ତାଙ୍କ ପ୍ରତି କଷ୍ଟସାଧ୍ୟ ହୋଇପଡ଼ିଲାଣି । ମାଲିକମାନେ ବିଭିନ୍ନ ବ୍ୟାଙ୍କ ଓ ହାତ ଉଧାରରେ ଜଡ଼ିତ ହୋଇ କର୍ମଚାରୀମାନଙ୍କ ଦରମା ଓ ଘରଭଡ଼ା ଦେବା ପାଇଁ ମଧ୍ୟ ସାମର୍ଥ୍ୟ ହୋଇପାରୁନାହାନ୍ତି । ତେଣୁ ଆମକୁ ଆମର ଧନ୍ଦାମୂଳକ କାର୍ଯ୍ୟରେ ଲିପ୍ତ ରହିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ କରାଯାଉ । ନଚେତ ଆମ ସହ ଆମ ପରିବାରମାନେ ଭୋକ ଉପାସରେ ପଡ଼ିରହିବେ । ଜିଲ୍ଲାପାଳ ସେମାନଙ୍କୁ କହିଥିଲେ ଯେ ବର୍ତମାନ କରୋନା ଟିକା ବାହାରିନାହିଁ । ତେଣୁ ଆପଣମାନେ କୋଭିଡ-୧୯ ଗାଇଡ ଲାଇନ ଅନୁଯାୟୀ ସମସ୍ତ ଛୋଟମୋଟ କାର୍ଯ୍ୟକ୍ରମରେ କାର୍ଯ୍ୟ କରିବାକୁ କହିଥିଲେ । ଏହି ଦାବିପତ୍ର ପ୍ରଦାନବେଳେ ସଂଘର ସଭାପତି ଜେ.ହରି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ବିନୋଦ ଚନ୍ଦ୍ର ଶତପଥୀ, ବାଉରିବନ୍ଧୁ ସାହୁ, କୃଷ୍ଣଚନ୍ଦ୍ର ରାଉଳ, ଗୋପାଳ ଶତପଥୀ, ହାଡ଼ୁବନ୍ଧୁ ସେଠୀ, ପି.ରାମୁ, କାନକା ରାଓ, ଅଶୋକ କୁମାର ବେହେରା, ଆନନ୍ଦ ରେଡ୍ଡି, ଭାଗିରଥୀ ରେଡ୍ଡୀ, ପବିତ୍ର ରାଉଳ, ଭି.ରମେଶ ରାଓ, ବିଜେଡି ଯୁବନେତା ତଥା ନରେନ୍ଦ୍ରପୁର ସମିତିସଭ୍ୟ ଜ୍ୟୋତିିରଞ୍ଜନ ସାହୁଙ୍କ ସମେତ ବହୁ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ ଅଶୋକ କୁମାର ବେହେରା ।