
ବ୍ରହ୍ମପୁର, (ଇ.ରଞ୍ଜନ) : ୫୨ତମ ଯନ୍ତ୍ରୀ ଦିବସ ସାରା ଭାରତର ପ୍ରଥମ ଯନ୍ତ୍ରୀ ଭାରତରତ୍ନ ଏମ.ଭିସଭେଷଭା ରାୟଙ୍କ ୫୨ ତମ ଜନ୍ମ ଦିବସରେ ଅନୁଷ୍ଠିତ ହଇଥିବା ବେଳେ ବ୍ରହ୍ମପୁର ସହରର ସମସ୍ତ ସରକାରୀ ଯନ୍ତ୍ରୀ ସହ ଅବସର ପ୍ରାପ୍ତ ଯନ୍ତ୍ରୀଙ୍କ ସମିଳନୀରେ ସମସ୍ତ ବିଷୟ ବସ୍ତୁ ଉପରେ ଏକ ଆଲୋଚନା ସଭାରେ ଏଥିରେ ଆଞ୍ଚଳିକ କେନ୍ଦ୍ରର ଅଧକ୍ଷ ଇଂ.ଅରୁଣ ପାଢୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହଇଛି ।
ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉପସ୍ଥିତ ଥିବାବେଳେ ସଂମନ୍ୱିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଅକ୍ଷୟ କୁମାର ବାନାର୍ଜୀ ଅନ୍ୟତମ ଅଥିତି ଭାବେ ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ.ନନ୍ଦକିଶୋର ମହାପାତ୍ର ଯୋଗ ଦେଇ ବିଶେସରାୟଙ୍କ ସ୍ମୁତି ଚlରଣ କରିଥିଲେ ।



