
ଭଞ୍ଜନଗର/ସୋରଡା,୨୮/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଇଲାକାର NAC ନିକଟରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ସୋରଡା ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୧୮୪୮୦ ଟଙ୍କା ଜବତ କରାଯିବା ସହ ୭ ଜଣ ଜୁଆଡି ଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।



