
ଜଟଣୀ,୨୮/୯(ଜିଲ୍ଲା ଖବର) : ଜଟଣୀ ରେଳଯାତ୍ରୀଙ୍କୁ ସ୍ୱଚ୍ଛ ଆହାର ଓ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ନିମନ୍ତେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶେଷ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଦୁଇଦିନ ଧରି ଯାଞ୍ଚ ବ୍ୟବସ୍ଥା ଚାଲିବ । ରେଳଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ବିଭିନ୍ନ ଟ୍ରେରେ ପାଣ୍ଡି କାର, ରେଳ ଷ୍ଟେସନରେ ଅବସ୍ଥିତ ଭେଟିଂ ଜୋନ, ଜନଆହାର କେନ୍ଦ୍ର, ଫୁଡୁ ପ୍ଲାଜା, ରେଳ ଷ୍ଟେସନରେ ରୋଷଶାଳା ଓ ଖାଦ୍ୟ ପ୍ୟାକେଟ ଯାଞ୍ଚ କରାଯାଉଛି । ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ କର୍ତ୍ତା, ମିଆଦ ପୂର୍ଣ୍ଣ ତାରିଖ ଓ ଓଜନ ନିରୀକ୍ଷଣ କରାଯାଉଛି । ମାନ ନିରୁପଣ ନିମନ୍ତେ ଖାଦ୍ୟ ନମୂନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି। ରେଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍, ଟ୍ରେନ୍ ଚାଳକ ଓ ଅନ୍ୟାନ୍ୟ ରସିଂ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ରସିଂ ରୁମ୍ ଗୁଡ଼ିକ ଯାଞ୍ଚ କରାଯାଇ ଖାଦ୍ୟ ଯାଞ୍ଚ କରାଯାଉଛି । ରେଳଯାତ୍ରୀ ଓ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଅନୁକୂଳ ଖାଦ୍ୟ ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା ଜାରି ରହିଥିବା ଖୋର୍ଦ୍ଧାରୋଡ଼ ରେଳବାଇର ଲୋକସମ୍ପର୍କ ନିରୀକ୍ଷକ ଶ୍ରୀମତୀ ଲଳିତା ପଣ୍ଡା ସୂଚନା ଦେଇଛନ୍ତି । ଖାଦ୍ୟ ଯାଞ୍ଚରେ ରେଳବାଇ ଅଧୁରୀ ଓ ସୁପରଭାଇଜର ଅଂଶ ଗ୍ରହଣ କରିଥିବା ବେଳେ ରୋଷଶାଳାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି ।
ରିପୋର୍ଟ ସଞ୍ଜୀବ କୁମାର। ।



