Saturday, November 14, 2026
Home ଆଞ୍ଚଳିକ ବୈଦିକ କର୍ମକାଣ୍ଡ ସଗୋଷ୍ଠୀ ପକ୍ଷରୁ ତ୍ରିଦିବ ସ୍ମାତକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ

ବୈଦିକ କର୍ମକାଣ୍ଡ ସଗୋଷ୍ଠୀ ପକ୍ଷରୁ ତ୍ରିଦିବ ସ୍ମାତକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ

139

ଆସିକା,୨୭/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକାର ପ୍ରସିଦ୍ଧ ମା କରଞ୍ଜେଇ ପୀଠ ଠାରେ ବୈଦିକ କର୍ମକାଣ୍ଡ ସଗୋଷ୍ଠୀ ପକ୍ଷରୁ ବିଶ୍ୱକୁ କରୋନା ମହାମାରୀରୁ ମୁକ୍ତି କାମନା କରି
ସ୍ମାତକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ କରାଯାଇଛି l
ଏହି ଯଂଜ୍ଞ ପବିତ୍ର ପୁରୁଷୋତ୍ତମ ଵା ମଳମାସ ଆଶ୍ଵିନ ଶୁକ୍ଳ ଦଶମୀ ଠାରୁ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ସମ୍ପୂର୍ଣ କରୋନା କଟକଣା ସହ କୋଭିଡର ସମସ୍ତ ନିୟମ ପାଳନ କରି ବୈଦିକ ବ୍ରାହ୍ମଣ ମାନେ ହୋମ ଯଂଜ୍ଞ ଓ ଶାନ୍ତି ପାଠ ସହ ପ୍ରତେକ ଦିନ ସୂର୍ଯ୍ୟଘ୍ୟ, ରୁଦ୍ର ସର୍ବତୋଭଦ୍ର ମଣ୍ଡଳ ପୂଜା, ଏବଂ ମା କରଞ୍ଜେଇ ଦେବୀଙ୍କ ପୂର୍ଣ୍ଣ ମାର୍ଜନା ସହ ଷୋଡଶ ପୂଜା ଓ ସନ୍ଧ୍ୟା ଆଳତି ସହ ହବନ କାର୍ଯ୍ୟକ୍ରମ ରଖା ଯାଇଥିଲା l ବିଭିନ୍ନ ବୈଦିକ ରୀତିନୀତିରେ ବିଶ୍ୱର ମଙ୍ଗଳ କାମନା କରି ଯଂଜ୍ଞ କୁଣ୍ଡରେ ପୂର୍ଣାହୁତି ଦିଆଯାଇ ଥିଲା l
ବିଶ୍ୱାସ ରହିଛି ଏଭଳି ଏକ ବିଶେଷ ପୂଜା ଓ ଯଂଜ୍ଞ ଦ୍ୱାରା ବିଶ୍ୱର ମଙ୍ଗଳ କାମନା କରିବା ସହ ବିଶ୍ୱକରୋନା ମହାମାରୀ ପରି ଅନେକ ସଙ୍କଟକୁ ଦୂରୀଭୂତ କାରାଯାଇ ପାରିବ l ବୈଦିକ କର୍ମକାଣ୍ଡ ସଗୋଷ୍ଟି ପକ୍ଷରୁ ତ୍ରିଦିବ ସ୍ମାତକ ବିଶ୍ୱଶାନ୍ତି ମହାଯଂଜ୍ଞରେ ପଣ୍ଡିତ ସରୋଜ କୁମାର ଦାଶ, ପଣ୍ଡିତ ସନ୍ତୋଷ କୁମାର ରଥ, ପଣ୍ଡିତ ସୁଧୀର କୁମାର ଦାଶ, ପଣ୍ଡିତ ବୁଲୁ ମିଶ୍ର, ପଣ୍ଡିତ ସାଲବେଗ ଶତପଥୀ, ପଣ୍ଡିତ ସନ୍ତୋଷ କୁମାର ପଣ୍ଡା, ପଣ୍ଡିତ ନୀଳାଞ୍ଚଳ ତ୍ରିପାଠୀ, ପଣ୍ଡିତ ଲକ୍ଷ୍ମୀନାରାୟଣ ମହାପାତ୍ର, ପଣ୍ଡିତ ରତିକାନ୍ତ ପଣ୍ଡା, ପଣ୍ଡିତ ଦୁର୍ଗାମାଧବ ପାଣି ଉପସ୍ଥିତ ରହି ମନ୍ତ୍ର ପାଠ ସହ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ l କର୍ମକର୍ତ୍ତା ଭାବେ ଅନୀଲ ପ୍ରାଣିଗ୍ରାହୀଙ୍କ ସହଯୋଗରେ ସମସ୍ତ ପୂଜା କାର୍ଯ୍ୟ ସମ୍ପର୍ଣ କରାଯାଇଥିଲା l ବୈଦିକ କର୍ମକାଣ୍ଡ ସଗୋଷ୍ଟି ପକ୍ଷରୁ ଏଭଳି ଏକ ଅଭିନଵ ଯୁଗାନ୍ତକାରୀ ଧାର୍ମିକ ଯଂଜ୍ଞ କାର୍ଯ୍ୟ ପାଇଁ ଆସିକାର ବିଭିନ୍ନ ବୃଦ୍ଧି ଯିବି ମହଲରେ ଉଚ୍ଚ ପ୍ରଶଂସା କରା ଯାଇଛି ।