
ଆସିକା,୨୬/୭( ଜ଼ିଲ୍ଲା ଖବର ) – ଆସିକା ବାଣିବିହାର ୱାର୍ଡ ନମ୍ବର-୨ ଠାରେ ଦୀର୍ଘ ଦିନ ଧରି ରାସ୍ତା କଡ଼ରେ ବିଭିନ୍ନ କାଠ କ୍ଯାବିନ କରି ବ୍ୟବସାୟ କରୁଥିବା ଉଠା ଦୋକାନକୁ ହଠାତ୍ ଏନ୍ଏସି ପକ୍ଷରୁ ଉଚ୍ଛେଦ କରିବା ନୀତି କୁ ବିରୋଧ କରାଯାଇଛି । ଆଜି ପ୍ରାୟ୫୦ରୁ ଉର୍ଦ୍ଦ ଉଠା ଦୋକାନୀ ମାନେ ବାଣୀବିହାର ରାସ୍ତା ବନ୍ଦ ସହ ଲାଲ୍ ପତକା ର ଧରୀ ପତିବାଦ କରିଛନ୍ତି । ପ୍ରକାଶ ଥାଉକି ଆସିକା ବାଣୀବିହାର ସ୍ଥିତ ପିଏଚଡି ଅଫିସ ନିକଟରେ ଥିବା ପରିତ୍ୟକ୍ତ କୋଠା ଓ ଖାଲି ପଡିଥିବା ମାନବ ସେବା ସମିତି, ପେନସନ ହୋଲଡ଼ର ମାନେ ଉଠା ବସା କରିବା ପାଇଁ ସଫେଇ ପାଇଁ ଉଦ୍ୟମ କରିଥିଲେ । ଏତିକି ବେଳେ ଉକ୍ତ ସ୍ଥାନରେ ଏନ୍ଏସି ପକ୍ଷରୁ ଖୋଲା ବ୍ୟାୟାମ କେନ୍ଦ୍ର ଓ ଚିଲଡ୍ରେନ ପାର୍କ କରିବା ପାଇଁ ନିଷ୍ପତ୍ତି ନେଇ ସେହି ସ୍ଥାନରେ ଥିବା କ୍ୟାବିନ ବା ଉଠା ଦୋକାନି ମାନଙ୍କୁ କୋୖଣସି ସୂଚନା ପ୍ରଦାନ କରାନଯାଇ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା ଆସିକା ଏନ୍ଏସି ପ୍ରଶାସନ ଅଧିକାରୀ ଙ୍କ ଉପସ୍ଥିତି ରେ ହଠାତ୍ ଉଠା ଦୋକାନ ଗୁଡ଼ିକୁ ମେସିନ ଦ୍ବାରା ଉଚ୍ଛେଦ କରାଯାଇଥିଲା । ଏହି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ପାଇଁ କିଛି ସହରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ପୁଣି ଏହାସତ୍ତ୍ୱେ ଆଜି ଅପରାହ୍ନରେ ଏନ୍ଏସି ପକ୍ଷରୁ ମେସିନ ଲଗାଇ ଉଚ୍ଛେଦ କରୁଥିବା ବେଳେ ସମସ୍ତ ଉଠା ଦୋକାନୀ ମାନେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ପତାକା ଧରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଏହି ଉଚ୍ଛେଦ କୁ ବିରୋଧ କରିଥିଲେ । ଯାହାଫଳରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା । ଏହି ଉଚ୍ଛେଦ କୁ କେନ୍ଦ୍ର କରି ବାଣୀବିହାର ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଏହି ଉଠା ଦୋକାନୀକୁ ଉଚ୍ଛେଦ କଲେ । ଅନେକ ଯୁବକ ବେସାହାରା ହୋଇ ବେକାର ହୋଇଯିବେ । ସହରରେ ବର୍ତ୍ତମାନ ସୁଦ୍ଧା ଉଠା ଦୋକାନୀ ମାନଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ବ୍ୟବସାୟ ପାଇଁ କୌଣସି ଭେଣ୍ଡିଜ ଜୋନ୍ ନାହିଁ । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଉଠା ଦୋକାନୀ ମାନଙ୍କ ପକ୍ଷରୁ ଦୃଢଦାବୀ ହୋଇଛି ।




