Wednesday, October 14, 2026
Home ଆଞ୍ଚଳିକ ପୋଲିସର ପେଟ୍ରୋଲିଙ୍ଗ ସମୟରେ ଗଂଜେଇ ସହ ୫ ଗିରଫ

ପୋଲିସର ପେଟ୍ରୋଲିଙ୍ଗ ସମୟରେ ଗଂଜେଇ ସହ ୫ ଗିରଫ

173

ବାଲିଗୁଡ଼ା,୨୭/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଠାରେ ଗତକାଲି ସକାଳେ ପୋଲିସର ପେଟ୍ରୋଲିଙ୍ଗ ଚାଲିଥିଲା ବେଳେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଗୋଟିଏ କାରକୁ ଯାଞ୍ଚ କରିବାବେଳେ କାର ଗାଡ଼ିରୁ 30 କେଜି 500 ଗ୍ରାମ ଗଞ୍ଜେଇ ଜବତ କରିଥିଲା | ଜବତ ହୋଇଥିବା ଗାଡି ର ନମ୍ବର RJ11CA3198 l ପୋଲିସ ଗାଡ଼ିଟିକୁ ଜବତ କରିବାସହ 3 ଜଣଙ୍କୁ ଗିରଫ କରିଥିଲେ | ଏହି ଗିରଫ 3 ଜଣ ହେଲେ ରାମଚନ୍ଦ୍ର ବେରାଗୀ, ସାହାଜପୁର ମଧ୍ୟପ୍ରଦେଶ, ଇନ୍ଦ୍ରଜିତ କହଁର ବନ୍ଧପଡ଼ା ବୌଦ୍ଧ ଜିଲ୍ଲା, ଦୁଃଖିଶ୍ୟାମ ମଳିକ ଡୁଡୁଗୁମ ବୋଲି ଜଣାଯାଇଛି | SI ଦୀପକ ରାଉତ ତଦନ୍ତ କରି କେଶ ନମ୍ବର 172/20 ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି l ଅନ୍ୟ ଏକ ମାମଲାରେ ଗତ କାଲି ସନ୍ଧ୍ୟାରେ ମହସିଙ୍ଗିର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ SI ରଚିତା ମାଡକାମୀ ଦୁଇଜଣଙ୍କୁ ଗାଡ଼ିରେ ଗଞ୍ଜାଇ ଲୋଡ଼ କରିବା ସମୟରେ ଧରି ଥିଲେ ଏମାନଙ୍କ ନାମରେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ case no 174/20 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ବାଲିଗୁଡ଼ା ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।